ଗାଁ କୁ ସ୍ୱଚ୍ଛ ତଥା ପରିମଳ ରଖିବା ପାଇଁ ମହିଳା ନେଲେ  ଶପଥ 

0 2

ଖଣ୍ଡସିବାଞ୍ଜି ରେ ମହିଳା ମହାସଙ୍ଘ ତରଫରୁ ସ୍ୱଚ୍ଛତା ଅଭିଯାନ

ପଦ୍ମପୁର: ଖଣ୍ଡସିବାଞ୍ଜି ଗ୍ରାମରେ ମହିଳା ମହାସଙ୍ଘ ଦ୍ୱାରା ଆଜି ସ୍ୱଚ୍ଛତା ଅଭିଯାନ ଆରମ୍ଭ ହୋଇଯାଇଛି।ସଂଘ ସଭ୍ୟ ନେତ୍ରୀ ଶ୍ରୀମତୀ ମୁଲାବତୀ ମୁଟକିଆ ଏବଂ CRP ମିଲି ସାହୁ ଙ୍କ ଅଧ୍ୟକ୍ଷତାରେ ଆଜି ଗାଁ ସଫେଇ ହୋଇଛି। ଗାଁ କୁ ସ୍ୱଚ୍ଛ ତଥା ପରିମଳ ରଖିବା ପାଇଁ ସେମାନେ ଶପଥ ଗ୍ରହଣ କରିଛନ୍ତି।ଗାଁ କୁ ସଫା ରଖିଲେ ଦେଶ ସଫା ହେବ ଓ ଲୋକ ନିରୋଗ ରହିବେ ବୋଲି ସଭାନେତ୍ରୀ ଶ୍ରୀମତୀ ମୁଟକିଆ କହିଛନ୍ତି।ଗାଁ ଯୁବପିଢ଼ି ର ଶ୍ରୀ ପୌଲସ୍ଥ୍ୟ ସାହା ଓ ସୁନୀଲ ମୁଟକିଆ ଉକ୍ତ କାର୍ଯ୍ୟକଳାପ କୁ ସମର୍ଥନ ଜଣାଇଥିଲେ। ଶ୍ରୀ ପୌଲସ୍ଥ୍ୟ ସାହା ଏହାକୁ ପ୍ରଶଂସା କରି ଏହା ଭବିଷ୍ୟତ ପିଢି ପାଇଁ ପ୍ରେରଣାର ଉତ୍ସ ହେବ ବୋଲି  କହିଛନ୍ତି। ଏ ଭଳି ପଦକ୍ଷେପ ପାଇଁ ଗାଁ ର ୱାର୍ଡ ମେମ୍ବର  ଶ୍ରୀ ରିତେଶ ସାହୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

 

 

Leave A Reply

Your email address will not be published.