ସରକାରୀ ଉଚ୍ଚ ବିଦ୍ୟାଳୟରେ ସ୍ୱଚ୍ଛତା ଅଭିଯାନ

0 2

 ପଦ୍ମପୁର/ଶାସକ ପ୍ରଶାସକ :-ପଦ୍ମପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସେବାଶ୍ରୀ ଭୋଇ ଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ସ୍ତରୀୟ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ଶିକ୍ଷ୍ୟନୁଷ୍ଠାନ ର ସମସ୍ତ ଛାତ୍ରୀ ଏବଂ କର୍ମଚାରୀ ଙ୍କ ଦ୍ଵାରା ବିଦ୍ୟାଳୟ ପରିସର କୁ ସଫା କରାଯାଇଥିଲା।ଉକ୍ତ ସ୍ୱଚ୍ଛତା ଅଭିଯାନ ରେ ସମାଜସେବୀ ଶ୍ରୀ ନିରୋଜ ଦୋରା ଉପସ୍ଥିତ ରହି ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଶେଷରେ ଆୟୋଜିତ ସଭାରେ ବର୍ଜ୍ୟବସ୍ତୁ ତଥା ପ୍ଲାଷ୍ଟିକ ବ୍ୟବହାରର ହ୍ରାସ ତଥା ପରିବେଶ ର ସୁରକ୍ଷା ପ୍ରସଙ୍ଗ ରେ ପ୍ରଧାନ ଶିକ୍ଷୟତ୍ରୀ ସେବଶ୍ରୀ ଭୋଇ ଓ ବରିଷ୍ଠ ଶିକ୍ଷକ ଶ୍ରୀ ବୃନ୍ଦାବନ ଦାସ ସତତ୍ ଚେଷ୍ଟିତ ହେବାକୁ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।ହିନ୍ଦୀ ଶିକ୍ଷକ ଶ୍ରୀ ସୁରେନ୍ଦ୍ର କୁମାର ଭୋଇ ସ୍ୱଚ୍ଛତା ଅଭିଯାନ ର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ମିନତୀ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ ।

ଶିକ୍ଷକ ଚିନ୍ତାମଣି ସାହୁ,ଜ୍ୟୋତ୍ସ୍ନାରାଣୀ ସାହୁ,ସୁରେଶ ଚନ୍ଦ୍ର ଚୌହାନ,ଇତିଶ୍ରୀ ସାହୁ,ବାଦଲ କୁମାର ସେଠୀ,ସୁଷମା ଦାଶ,ବସନ୍ତ ବାଗ,ଦୁଷ୍ମନ୍ତ ଛତର ଓ ନନ୍ଦିନୀ ବାଗ ପ୍ରମୁଖ ସ୍ୱଚ୍ଛତା ଅଭିଯାନ ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

Leave A Reply

Your email address will not be published.