ଦଶହରା ପୂଜା ଉପଲକ୍ଷେ ଶାନ୍ତିପୂର୍ଣ୍ଣ ବାତାବରଣ ବଜାୟ ରଖିବା ପାଇଁ ସମନ୍ୱୟ ବୈଠକ

0 2

ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ :ପାର୍ବଣ ରୂତୁ ଆରମ୍ଭ ହୋଇଛି । ମା ଦୁର୍ଗାଙ୍କ ଆବାହନ ପାଇଁ ସମସ୍ତେ ପ୍ରସ୍ତୁତ ହେଉଥିବା ବେଳେ ପୂଜା ରୂତୁକୁ ସୁରୁଖୁରୁ ତଥା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ଅଣ୍ଟା ଭିଡ଼ିଛି ପୋଲିସ ଓ ପ୍ରଶାସନ ।

ସୁନ୍ଦରଗଡ଼ ଟାଉନଥାନା ଠାରେ ଆଜି ଦଶହରା ପୂଜା ଉପଲକ୍ଷେ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବା ପାଇଁ ପୋଲିସ ପକ୍ଷରୁ ପରାମର୍ଶ ବୈଠକ  ଅନୁଷ୍ଠିତ ହୋଇଥିଲା । ଟାଉନ ଥାନା ପରିସରରେ  ଏସ୍ଡିପିଓ  ବଳଭଦ୍ର ଦୀପ  ଆବାହକତ୍ୱରେ ଆୟୋଜିତ ଏହି ବୈଠକ କାର୍ଯ୍ୟକ୍ରମରେ ଟାଉନ ଥାନା ଅଧିକାରୀ ବିବତ୍ସ ପ୍ରଧାନ ସଂଯୋଜନା କରିଥିଲେ । ବୈଠକରେ ମୁଖ୍ୟତଃ ସହର ଭିତରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା, ପୂଜା ଦେଖିବା ପାଇଁ ଆସୁଥିବା ଲୋକଙ୍କୁ ଯେମିତି କୌଣସି ଅସୁବିଧା ନହୁଏ ତାହାରି ଉପରେ, ରାବଣ ପୋଡିରେ କୌଣସି ଯେପରି ବିଶୃଙ୍ଖଳା ସୃଷ୍ଟି ନହୁଏ  ତାହାରି ଉପରେ ବିଶେଷ ଭାବରେ ଧ୍ୟାନଦେବା ,ସହରରେ ପରିଷ୍କାର ପରିଚ୍ଛନ୍ନ ରଖିବା,  ପୂଜାରେ ଯେମିତି ଇଲେକ୍ଟ୍ରି ପାଇଁ ଅସୁବିଧା ନହେଉ ଲକ୍ଷ ଲକ୍ଷ ସଂଖାରେ ପୂଜା ଦେଖିବା ପାଇଁ ଝିଅ ବୋହୁ ମାନେ ଛୁଆପିଲା ଧରି ଆସିଥାନ୍ତି ତେଣୁ କୌଣସି ଅସୁବିଧା ନହେଉ ସେଇଠି ପାଇଁ ବିସ୍ତ୍ରୁତ ଭାବରେ ଆଲୋଚନା ହୋଇଛି| ଏହି ବୈଠକ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ପୌରପାଳିକା ଅଧିକାରୀ ଅଶୋକ ମିଶ୍ର , ଇଲେକ୍ଟ୍ରି ବିଭାଗର୍ କର୍ମକର୍ତ୍ତା, ସହରରେ ମାଆ ଦୁର୍ଗାପୂଜା ହେଉଥିବା ବିଭିନ୍ନ କମିଟିର କାର୍ଯ୍ୟକର୍ତା  ପ୍ରମୁଖ ମଞ୍ଚାସୀନ ରହିଥିଲେ ।

Leave A Reply

Your email address will not be published.