“ପଶ୍ଚିମ ଓଡିଶା ପ୍ରତି ରାଜ୍ୟ ସରକାର ଅବିଚାର କରି ଆସୁଛନ୍ତି”

0 2

କୋସଲ ସମନ୍ୱୟ ସମିତି ତରଫରୁ ସ୍ୱତନ୍ତ୍ର କୋଶଳ ରାଏଜ ଦାବି  

ବଲାଙ୍ଗିର୍:- ପଶ୍ଚିମ ଓଡ଼ିଶାରେ ଭୟଙ୍କର ବନ୍ୟା ବିତ୍ପାତ ପରେ ମଧ୍ୟ ସରକାରି ସହାୟତା ପାଇବାରୁ ବଞ୍ଚିତ ହେଇଥିବା ଅଭିଯୋଗ ଆଣି ଓ ୧୦୦୦ କୋଟି ଟଙ୍କା ସହାୟତା ଦାବିକରି ଆଜି କୋସଲ ସମନ୍ୱୟ ସମିତି ତରଫ ରୁ ବଲାଙ୍ଗିର୍ ଜିଲ୍ଲାପାଲ କାର୍ୟାଳୟ ସାମ୍ନାରେ ଗଣଧାରଣା ଦିଆଯାଇଥିଲା|  ଚାଷି ବିମାରାଶି ପାଇବାରୁ ବଞ୍ଚିତ ହେଉଥିବା ଯୋଗୁଁ କ୍ଷୋଭ ପ୍ରକାଶ ପାଇଥିଲା | 

ସରକାର ସବୁ କ୍ଷେତ୍ରରେ  ପଶ୍ଚିମ ଓଡ଼ିଶାକୁ ଅବହେଲା କରୁଥିବା ନଜିର୍ ରହିଛି ଓ ଏହାର ଗୋଟେ ମାତ୍ର ସମାଧାନ୍ ହେଉଛି ଓଡ଼ିଶା ବିଭାଜନ କରି କୋସଲ ରାଜ୍ୟ ଗଠନ କରାଯାଉ ବୋଲି ଆନ୍ଦୋଲନ କାରି ମତ ଦେଇଥିଲେ | 

ଏହି ଧାରଣା ତଥା ପ୍ରତିବାଦ ସଭାରେ  ପ୍ରମୋଦ ମିଶ୍ର, ସେବିକା ଲିଲି ପଟେଲ୍ ,ବିନୋଦ୍ କାଲସାଏ,ରିଲୁ ରଥ,ଲବ ସୁନା ,ବନମାଲି ନାଏକ୍, ପ୍ରକାଶ ବୁଡ଼େକ, ଜନାର୍ଦନ ସିଂ,ଉଦିତ୍ ବୁଡ଼େକ, ନିର୍ବାଶ ବୁଡ଼େକ, ଅମ୍ୱୋଜ କରଣ,ଅଚ୍ୟୁତ ଖମାରି,ମତି ନାଏକଙ୍କ ସମେତ ବହୁ ଜନ ସାଧାରଣ ଯୋଗ ଦେଇଥିଲେ | 

Leave A Reply

Your email address will not be published.