ବର୍ଷା ଅହନ୍ତା ହେଲା, ଏବେ ଦାଉ ସାଧୁଛି ପ୍ରଶାସନ 

0 2

କେବେ ସାହାଯ୍ୟ ପାଇବେ ଦିନ ମଜୁରିଆ ଖଗେଶ୍ୱର 

 ବେଲପଡା/ବନମାଳୀ ନାଏକ : ବଲାଙ୍ଗୀର ଜିଲ୍ଲା ବେଲପଡା  ବ୍ଲକର ବିଭିନ୍ନ ଅଚଂଳରେ ନୂଆଖାଇ ସମୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଧୂମାଭଟା ଗ୍ରାମର ଖଗେଶ୍ୱର ପଶାୟତଙ୍କ ଘର ଭାଙ୍ଗିଯିବା ସହିତ ଘର ମଧ୍ୟରେ ରହିଥିବା ଧାନ,ଚାଉଳ ସମେତ ମୂଲ୍ୟବାନ ଆବାସପତ୍ର ଭିଜି ନଷ୍ଟ ହୋଇଯାଇଛି । ଫଳରେ ଏବେ ପରିବାର ବେସାହାରା ହୋଇ ନାହିଁ ନଥିବା ହଇରାଣ ଭୋଗୁଛନ୍ତି ଏବଂ ପର ଘରେ ଆଶ୍ରୟ ନେଉଛନ୍ତି । ମିଳିଥିବା ସୂଚନା ଅନୂଯାୟୀ ଖଗେଶ୍ୱର  ପଶାୟତ ଜଣେ ଦିନମଜୁରିଆ ଭାବେ କାମ କରିବା ସହିତ ଓ ଅଳ୍ପକିଛି ଚାଷ କରି ବହୁ କଷ୍ଟରେ ପରିବାର ଚଳାଇଥାନ୍ତି । 3 ଜଣ ସଦସ୍ୟଙ୍କୁ ନେଇ ପରିବାର । ପିଲାର  ପାଠପଢା ଖର୍ଚ୍ଚ ସାଙ୍ଗକୁ ପରିବାର ଚଳାଇବା ବହୁ ଅସୁବିଧାରେ ସମ୍ମୁଖିନ ହେଉଥିବା ବେଳେ ମୋ ପକ୍ଷରେ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ତିଆରି କରିିବାକୁ ସାହାସ ଜୁଟାଇ ପାରୁନାହିଁ ବୋଲି ଶ୍ରୀ ପଶାୟତ କହନ୍ତି । ଅନ୍ୟପଟେ ଧୂମାଭଟା  ଗ୍ରାମ ପଂଚାୟତ ସରପଂଚ ଙ୍କୁ ପଚାରିବାରୁ ତାଙ୍କ ଘରକୁ  ଯାଇ ଘର ଭାଙ୍ଗିଥିବାର ଦେଖିଛି ତେବେ ପଂଚାୟତ କାର୍ଯ୍ୟନିର୍ବାହି ଅଧିକାରୀଙ୍କ ସହିତ ଆଲୋଚନା କରି ପଂଚାୟତ ତରଫରୁ ଯାହା ସହଯୋଗ ହୋଇପାରିବ ତାହା ଆମେ ତୁରନ୍ତ ଯୋଗାଇଦେବୁ ବୋଲି କହିଥିଲେ କିନ୍ତୁ କିଛି ଫଳ ମିଳିଲାନି  ।କିଛି ଦିନ ତଳେ ଖଗେଶ୍ୱର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ମଧ୍ୟ ନିବେଦନ କରିଥିଲେ ମଧ୍ୟ ଏଯାଏଁ କୌଣସି ସରକାରୀ ସହାୟତାରୁ ବଞ୍ଚିତ ଅଛନ୍ତି l ତେବେ ଖଗେଶ୍ୱରଙ୍କ  ପରିବାର ଗରିବ ଶ୍ରେଣିର ହୋଇଥିବାରୁ ବ୍ଲକ ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ଘରଭଙ୍ଗା ସହାୟତା ପ୍ରଦାନ ସହ ଘର  ଖଣ୍ଡିଏ ଯୋଗାଇଦେବାକୁ ଗ୍ରାମବାସୀ ଓ ଖଗେଶ୍ୱର ପଶାୟତ ଙ୍କ ପରିବାର ପ୍ରଶାସନ ନିକଟରେ ନିବେଦନ କରିଛନ୍ତି |

Leave A Reply

Your email address will not be published.