ବହୁ ଚର୍ଚ୍ଚିତ କଳାହାଣ୍ଡି ଗଣ ଦୁଷ୍କର୍ମ ଘଟଣା : ମୁଖ୍ୟ ଅଭିଯୁକ୍ତ ଡ୍ରାଇଭର ଗିରଫ

0 2

Junagarh/ aditya mohanty : କଳାହାଣ୍ଡି ଜୁନାଗଡ ଜାରିଙ୍ଗ ଜଙ୍ଗଲ ଗଣଦୁଷ୍କର୍ମ ମାମଲା ରେ ଆସିଛି ନୁଆମୋଡ ।ପିଡିତା ଙ୍କ 161 ରେ ସାନି ବୟାନ ରେକର୍ଡ କରି ମୁଖ୍ଯ ଅଭିଯୁକ୍ତ କୁହା ଯାଉଥିବା ବସ ଡ୍ରାଇଭର ଲଳିନ୍ଦ୍ର ଶବର କୁ ଗିରଫ  କୋର୍ଟ ଚାଲାଣ କରିଛି କଳାହାଣ୍ଡି ପୋଲିସ । ଗୁଟେ ଦିନ ଆଗରୁ ପିଡିତା ଦେଇଥିବା ବୟାନ ସୋସିଆଲ ମିଡିଆ ରେ ଭାଇରାଲ ହେବା ପରେ ଚାଞ୍ଚଲ୍ୟ ଖେଳି ଯାଇଥିଲା ।ଏହାକୁ ନେଇ ରାଜନୈତିକ ମହଳ ରେ  ଝଡ ଶୃଷ୍ଟି ହେବା ସହିତ ତତ୍ପର ହୋଇ ଉଠିଥିଲା କଳାହାଣ୍ଡି ପୋଲିସ ।ଭାଇରାଲ ହୋଇଥିବା ଭିଡିଓ ରେ ପିଡିତା ଜଣକ ବସ ଡ୍ରାଇଭର ଲଳିନ୍ଦ୍ର ଶବର ମୁଖ୍ଯ ଆସାମି ଓ ତାଙ୍କୁ ଛଡାଗଲେ ଆତ୍ମ ହତ୍ୟା କରିବାର ଚେତାବନୀ ଦେଇଥିଲେ ।  ଆଜି କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ବାତୁଳା ଗଙ୍ଗାଧର ପ୍ରେସମିଟ କରି  161 ରେ ପିଡିତା ଙ୍କ ସାନି ବୟାନ ରେକର୍ଡ କରି ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇ ଥିବା ସୁଚନା ଦେଇଛନ୍ତି ।

Leave A Reply

Your email address will not be published.