ଜୁନାଗଡ ଠାରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ.

0 1

ଜୁନାଗଡ,: ମୋଟରଯାନ ଆଇନ୍ ୨୦୧୯ ଓ ସଡକ ସୁରକ୍ଷାକୁ ନେଇ ଆଜି ଜୁନାଗଡ ସହର ର ସମସ୍ତ ଆଇନଜୀବୀ ଓ ଜୁନାଗଡ ଥାନାର ମିଳିତ ଆନୁକୁଲ୍ୟରେ ସଡକସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜୁନାଗଡ ଥାନାଧିକୀରୀ ପ୍ରଭାତ ସେଠି, ଆଇନଜିବୀ ସଂଗଠନର ସଭାପତି ସୁଧାଂଶୁ ବରାଡ, ହିମାଂଶୁ ବରାଡ଼  ଜୁନାଗଡ ଡ୍ରାଇଭର୍ ସଂଗଠନ ର ସଭାପତି ମହେନ୍ଦ୍ର ବଇଠାରୁ. ଜୁନାଗଡ ପ୍ରିୟଦର୍ଶିନୀ ଇନ୍ଦ୍ରl ମହାବିଦ୍ୟାଳୟ ର ଅଧ୍ୟାପକ ଓ ବିଭିନ୍ନ କଲେଜ, ସ୍କୁଲର ଛାତ୍ରଛାତ୍ରୀ ଙ୍କ ସହ ଜୁନାଗଡ ର ସମସ୍ତ ଡ୍ରାଇଭର୍ ଯୋଗଦାନ କରି ବା ସହ ଜୁନାଗଡ ସହର କୁ ପରିକ୍ରମା କରିଥିଲେ.  ଜନ ସାଧାରଣଙ୍କୁ ସଡକ ସୁରକ୍ଷା ସମ୍ବନ୍ଧ ରେ ଅବଗତି କରିବାସହ ଗାଡି ଚାଳକ ମାନଙ୍କୁ ସର୍ବଦା ହେଲମେଟ୍ ପିନ୍ଧିବା, ସିଟ ବେଲ୍ଟ ବାନ୍ଧିବା, ଗାଡିର  ସମସ୍ତ କାଗଜ ରଖିବା, ମଦ୍ୟ ପାନ କରି ଗାଡି ନଚଳାଇବା ପାଇଁ ସଚେତନତା କରାଇ ଥିଲେ.

Leave A Reply

Your email address will not be published.