ନୂଆଁଖାଇ ଭେଟଘାଟ ଓ ବିଶାଳ ମହିଳା ସମାବେଶ

0

ବରଗଡ :- ଆଜି ବରଗଡ଼ ଜିଲ୍ଲା ବିଜେପୁର ଠାରେ ମହିଳାମାନଙ୍କର ନୂଆଖାଇ ଭେଟଘାଟ ଓ ଏକ ବିରାଟ ସମାବେଶ ଆୟୋଜନ କରାଯାଇଥିଲା । ଗ୍ରାମ୍ୟ ଉନ୍ନୟନ ତଥା ଶ୍ରମ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ , ମହିଳା ଶିଶୁ କଲ୍ୟାଣ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ,ହସ୍ତତନ୍ତ ଓ ବୟନ ମନ୍ତ୍ରୀ ପଦ୍ମିନୀ ଦିଆନ, ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ  , ବିଜେପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ଶ୍ରୀମତୀ ରୀତା ସାହୁ ବିଜେପୁର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ ଓ ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ ।

ବର୍ତ୍ତମାନ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କର ଦ୍ୱାରା ମହିଳା ସଶକ୍ତିକରଣ ପାଇଁ କାର୍ଯ୍ୟକାରୀ ହେଉଥିବା ଯୋଜନା ଉପରେ ଆଲୋକପାତ କରିବା ସହିତ ମହିଳାମାନେ ରାଜ୍ୟ ସରକାରଙ୍କ ଯୋଜନା ଗୁଡିକରେ ନିଜକୁ ସାମିଲ କରାଇ ରାଜ୍ୟର ବିକାଶ ପାଇଁ ସହଯୋଗ କରିବା ପାଇଁ ବକ୍ତାମାନେ କହିଥିଲେ । ଏହି ସଭାରେ ଜିଲ୍ଲା ବିଜୁ ଜନତା ଦଳ ଉପସଭାପତି ଶ୍ରୀ ଜନାର୍ଦନ ପାଣିଗ୍ରାହୀ ସ୍ୱାଗତ ଭାଷଣ ଦେଇଥିଲେ । ଏହି ସଭାରେ ବିଜେପୁର ଅଂଚଳର ପ୍ରାୟ ପନ୍ଦର ହଜାର ମହିଳା ମାନଙ୍କର ସମାବେଶ ହେଇଥିଲା ।

Leave A Reply

Your email address will not be published.