ଜିଲ୍ଲା ସ୍ତରୀୟ ପରାମର୍ଶ  ଏନଆରଏଲଏମ ଓ ରୄଣଜମା ଅନୁପାତ କମିଟି ବୈଠକ 

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :ପାରଳାଖେମୁଣ୍ଡି ସ୍ଥିତ ଆନ୍ଧ୍ରବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନ ଠାରେ ବ୍ୟାଙ୍କ ସମୂହ ମାନଙ୍କ ଜିଲ୍ଲା ସ୍ତରୀୟ ପରାମର୍ଶ ଓ ଜାତୀୟ ଗ୍ରାମୀଣ ଜୀବିକା ମିଶନ  କମିଟି  ସମେତ ରୄଣଜମା ଅନୁପାତ ସମ୍ପର୍କିତ ସ୍ବତନ୍ତ୍ର ଉପ-କମିଟି ବୈଠକ  ଅନୁଷ୍ଠିତ ହୋଇ ଯାଇଛି ।

         ଆନ୍ଧ୍ର ବ୍ୟାଙ୍କର ବ୍ରହ୍ମପୁର ସ୍ଥିତ ଜୋନାଲ  କାର୍ଯ୍ୟାଳୟର ଉପ-ମହା ପ୍ରବନ୍ଧକ  ଭୁବନେଶ୍ୱର ନାୟକଙ୍କ ଆବହକତ୍ୱରେ ଆୟୋଜିତ ଏହି ବୈଠକ କାର୍ଯ୍ୟକ୍ରମରେ ଜିଲ୍ଲା ଲିଡ଼ ବ୍ୟାଙ୍କ ମେନେଜର  କିଶୋର ଚନ୍ଦ୍ର ନାୟକ  ସଂଯୋଜନା କରିଥିଲେ ।       

 କମିଟିର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଅନୁପମ ଶାହା  କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଜିଲ୍ଲାର ବିକାଶ କ୍ଷେତ୍ରରେ ବ୍ୟାଙ୍କ ଗୁଡ଼ିକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ଅନ୍ୟ ପକ୍ଷରେ ଚଳିତ ଆର୍ଥିକ ବର୍ଷରେ ବ୍ୟାଙ୍କ ଗୁଡ଼ିକର ରୄଣ ଓ ଜମା ଅନୁପାତ ଅତି କମ ଥିବା କହି ଏହି ଅନୁପାତକୁ ଅନ୍ୟୁନ ୪୦ ପ୍ରତିଶତକୁ ବୃଦ୍ଧି କରିବା , ରୄଣ ମଞ୍ଜୁର ଅଧିକ କରିବା , ବ୍ୟାଙ୍କ ନ ଥିବା ପଞ୍ଚାୟତ ଅଞ୍ଚଳରେ ଗ୍ରାହକ ସେବା କେନ୍ଦ୍ର ମାଧ୍ୟମରେ ବ୍ୟାଙ୍କ ସେବା ଯୋଗାଇ ଦେବା  ଏବଂ ଜିଲ୍ଲାର  ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ସମସ୍ତ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ସମନ୍ବୟ ରକ୍ଷା କରି ସରକାରୀ  ଯୋଜନା ଗୁଡ଼ିକର ସଫଳ ରୂପାୟନ କରିବା ପାଇଁ ଆହ୍ବାନ କରିଥିଲେ।

      ବୈଠକରେ ମୁଖ୍ୟତଃ ଜୀବିକା ମିଶନ ମାଧ୍ୟମରେ ପରିଚାଳିତ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ରୄଣ ମଞ୍ଜୁର ଅଧିକ ତ୍ୱରାନ୍ୱିତ କରି ବ୍ୟାଙ୍କ ମାନେ ସେମାନଙ୍କ ରୄଣ ଓ ଜମା ଅନୁପାତକୁ ବୃଦ୍ଧି କରାଇବା ପାଇଁ କୁହାଯାଇଥିଲା ।

    ଏହି ବୈଠକ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ  ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା , ଭୁବନେଶ୍ୱର ସ୍ଥିତ ଆରବିଆଇର  ଅଗ୍ରଣୀ ଜିଲ୍ଲା ଅଧିକାରୀ  ତାରିଣୀ ପାଇକ ଏବଂ ଜିଲ୍ଲା ନାବାର୍ଡ ର ଏଜିଏମ ସୁଦ୍ୟୋମ୍ନ ପାଲ ପ୍ରମୁଖ ମଞ୍ଚାସୀନ ରହିଥିଲେ ।

     ଏହି ବୈଠକ କାର୍ଯ୍ୟକ୍ରମରେ  ଜିଲ୍ଲାର ସମସ୍ତ ବ୍ୟାଙ୍କ ମାନଙ୍କ ଜିଲ୍ଲା ସଂଯୋଜକ ଏବଂ ବିଭିନ୍ନ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗଦେଇ  ସମସ୍ତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

 

Leave A Reply

Your email address will not be published.