ବିଜେପୁର ଆସନ : ଆଶା ବି ଛାଡି ନାହାନ୍ତି ପ୍ରସନ୍ନ  !

0

ବରଗଡ :- ଆସନ୍ତା ଅକ୍ଟୋବର 21 ରେ ବିଜେପୁର ରେ ହେବ  ଉପନିର୍ବାଚନ ମହାସଂଗ୍ରାମ । ଏଥିପାଇଁ ପ୍ରସ୍ତୁତି ର ଶେଷ ପର୍ଯ୍ୟାୟରେ ସମସ୍ତ ରାଜନୈତିକ ଦଳ । କଂଗ୍ରେସ ତାର ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ ଦୁଇ ମୁଖ୍ୟ ରାଜନୈତିକ ଦଳ ବିଜେଡି ଓ ବିଜେପି ଏପର୍ୟ୍ଯନ୍ତ ପ୍ରାର୍ଥୀ ଘୋଷଣା କରି ନାହାନ୍ତି । ବିଜେଡି ର ବରିଷ୍ଠ ନେତା ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଘୋଷଣା କରିସାରିଛନ୍ତି ଯେ ଆସନ୍ତା 30 ତାରିଖ ଦିନ ବିଜୁ ଜନତା ଦଳର ପ୍ରାର୍ଥୀ ପଦ୍ମପୁର ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଙ୍କର ନିକଟରେ ନାମାଙ୍କନ ଦାଖଲ କରିବେ ହେଲେ ପ୍ରାର୍ଥୀ କିଏ ହେବ, ଏହା ଦଳର ମୁଖିଆ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଉଚିତ ସମୟରେ ଘୋଷଣା କରିବେ ।ଏ ପଟେ ନିର୍ବାଚନ ପରିଚାଳନା ପାଇଁ ବାରିଷ୍ଟ ନେତା ମାନଙ୍କୁ ଦାଇତ୍ୱ ପ୍ରଦାନ ସାରିଯାଇଛି । ଦଳ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ନିର୍ବାଚନ ଜିତିବା ପାଇଁ । ଏବେ ପ୍ରଶ୍ନ ଉଠୁଛି ଯେ  ମୁଖ୍ୟମନ୍ତ୍ରୀ କାହାକୁ ଟିକେଟ ଦେବେ । ପୂର୍ବତନ ବିଧାୟିକା ଶ୍ରୀମତୀ ରୀତା ସାହୁ ଟିକେଟ ଦୌଡ ରେ ଆଗୁଆ ଥିଲେବି ପୂର୍ବତନ ସାଂସଦ ଶ୍ରୀ ପ୍ରଭାସ ସିଂ ଓ ବାରିଷ୍ଟ ଆଇନଜୀବି ଶ୍ରୀ ଭୀଷ୍ମଦେଵ ସରାଫ ନିଜକୁ ଆଶାୟୀ  ଭାବରେ ପ୍ରସ୍ତୁତ କରି ସାରିଛନ୍ତି । ଏପଟେ ସାମାଜିକ ଗଣମାଧ୍ୟମରେ ପ୍ରଭାତ ଆଦିତ୍ୟ ମିଶ୍ର ଓ ରାଜ୍ୟସଭା ସାଂସଦ ବାରିଷ୍ଟ ନେତା ପ୍ରସନ୍ନ ଆଚାର୍ଯ୍ୟ ଙ୍କର ନାଁ କୁ ନେଇ ଚର୍ଚ୍ଚା ମଧ୍ୟ ଆରମ୍ଭ ହେଇଯାଇଛି। କାରଣ ପ୍ରସନ୍ନ ବି ଭିତରେ ଭିତରେ ଆଶା ଏ ଯାଏ ଛାଡି ନାହାଂତି ବୋଲି ତାଙ୍କ ନିକଟତମ ମହଲରୁ ପ୍ରକାଶ |  ଏବେ ସବୁ ନିର୍ଭର କରୁଛି ମୁଖ୍ୟମନ୍ତ୍ରୀ ଙ୍କର ଉପରେ ଯେ ସେ କାହାକୁ ଏହି ମହାସମର ରେ ଅବତୀର୍ଣ୍ଣ କରାଇବେ । ବିଜୁ ଜନତା ଦଳ ନିଶ୍ଚିତ ଭାବେରେ ପୁନର୍ବାର ବିଜେପୁର ଦଖଲ କରିବ ବୋଲି ଦଲୀୟ କର୍ମୀ ମାନେ ମତ ପ୍ରକାଶ କରିଛନ୍ତି ।

       ଅନ୍ୟପଟେ ବିଜେପି ଦଳରେ ମଧ୍ୟ ଅନେକ ଆଶାୟୀ  ପ୍ରାର୍ଥୀ ଅଛନ୍ତି । କିନ୍ତୁ ମୁଖ୍ୟତଃ ସନତ ଗଡ଼ତିଆ ଓ ପୁର୍ବତନ ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ ଙ୍କର ନାଁ କୁ ନେଇ ଚର୍ଚ୍ଚା ଚାଲିଛି । ଦଳ ଖୁବ ଶୀଘ୍ର ଟିକେଟ ଘୋଷଣା କରିବ ବୋଲି ଜଣା ପଡ଼ିଛି । ଏହି ଉପନିର୍ବାଚନ ଉପରେ ବର୍ତ୍ତମାନ ସାରା ଓଡ଼ିଶା ବାସୀଙ୍କର ତୀକ୍ଷ୍ଣ ନଜର ରହିଛି ।

Leave A Reply

Your email address will not be published.