ପ୍ରତାରକ ଗୁଲସନ : ପ୍ରେମିକା ସହ ଅନ୍ତରଙ୍ଗ ମୁହୂର୍ତ୍ତକୁ କଲା ଭାଇରଲ 

0

ଅଭିଯୋଗ ପରେ ବନ୍ଧା ହୋଇଗଲା ଜେଲ 

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକ ତଥା ବାରିପଦା ସଦର ଥାନା ଅନ୍ତର୍ଗତ ଧନପୁରର ଏକ ଯୁବକ ତାର ପ୍ରେମିକର ଅଜାଣତରେ ପ୍ରେମିକ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ରେକର୍ଡିଙ୍ଗ  କରି ସୋସିଆଲ ମିଡ଼ିଆରେ ଭାଇରାଲ କରିଥିବା ଅଭିଯୋଗରେ ପୁଲିସ ତାକୁ  ଥାନାକୁ ଆଣି ପଚରାଉଚରା କରିବା ସହ ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲରେ ଡ଼ାକ୍ତରୀ ପରୀକ୍ଷା ପରେ  କୋର୍ଟ ଚାଲାଣ କରିଛି । ଉକ୍ତ ଘଟଣାକୁ ନେଇ ଯୁବତୀ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହେବାପରେ ସମ୍ପୃକ୍ତ ଯୁବକ ଗୁଲସନ ମହାନ୍ତଙ୍କ ନାମରେ ବାରିପଦା ସଦର ଥାନାରେ ୧୦୩/୨୦୧୯ରେ ଏକ ମାମଲା ରୁଜୁ ହୋଇଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଗୁଲସନ ମହାନ୍ତଙ୍କ ସହ ଏକ ଯୁବତୀର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । କିନ୍ତୁ ଗୁଲସନର ପ୍ରେମ ଏକ ଛଳନା ରହିଥିବା ବିଷୟ ଯୁବତୀ ଜାଣିବା ପରେ ତା ସହିତ ସମ୍ପର୍କ ଛିନ୍ନ କରିଦେଇଥିଲା । ଏଥିରେ ଗୁଲସନ କ୍ରୋଧାନ୍ୱିତ ହୋଇ ଯୁବତୀ ସହିତ ବିତାଇଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ଓ ଫଟୋକୁ ଫେସବୁକ ଓ ହ୍ୱାଟ୍ସଆପରେ ଭାଇରାଲ କରିଦେଇଥିଲା । ଯୁବତୀ ଏବିଷୟରେ ଜାଣିବା ପରେ ଗୁଲସନ ନାମରେ ବାରିପଦା ସଦର ଥାନାରେ ଅଭିଯୋଗ କରିଥିଲା । 

Leave A Reply

Your email address will not be published.