ପୋଲିସ କବଜାରେ ଦୁର୍ଦାନ୍ତ ଅପରାଧୀ ଅମିତ @ ରିଣ୍ଟୁ      

0

ବରଗଡ଼ :-ଆଜି ବରଗଡ଼ ପୋଲିସ କୁ ମିଳିଛି ଆହୁରି ଏକ ବଡ ସଫଳତା । ଦୁର୍ଦାନ୍ତ ଡକାୟତ ଅମିତ ଓରଫ ଚିଣ୍ଟୁ ଦାସକୁ ଗିରଫ କରିଛି ଅମ୍ବାଭୋନା ପୁଲିସ । ବଲାଙ୍ଗିର ଜିଲ୍ଲା ସଦରଥାନା ଅନ୍ତର୍ଗତ ଦୁଡୁକାଶିରା ଗ୍ରାମର ଦୁର୍ଦ୍ଦାନ୍ତ ଡକାୟତ ଅମିତ ଦାସକୁ ବୁଧବାର ଅମ୍ବାଭୋନା ଥାନା  ସମରଦରହା ନିକଟରେ ବାଇକ୍ ଯୋଗେ ଛତିଶଗଡ଼ ଯାଉଥିବା ସମୟରେ  ପୁଲିସ ତାକୁ ଧରିବାକୁ ଉଦ୍ୟମ କରୁଥିବା ବେଳେ  ଅମିତ ପୋଲିସ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲା। ପରେ ତାକୁ  କୋଣସି ମତେ ଧରିବାରେ ସଫଳ ହୋଇଥିଲା ପୋଲିସ ।  ପରେ ଅମିତ ନିକଟରୁ ଗୋଟିଏ ବନ୍ଧୁକ, ୨ଟି ଗୁଳି ଓ ଗୋଟିଏ ବାଇକ ଜବତ କରିଛି। ସୂଚନାଯୋଗ୍ୟ ଯେ ପୂର୍ବରୁ ଅମିତ ନାଁ’ରେ , ପଟଣାଗଡ଼, ବଲାଙ୍ଗିର, ବୀରମହାରାଜପୁର,ବରଗଡ, ବୁର୍ଲା,  ଅତବିରା ତଥା ଛତିଶଗଡ଼ର  ବିଭିନ୍ନ ଥାନାରେ  ୧୧ ରୁ ଉର୍ଦ୍ଧ୍ବ ହତ୍ୟା, ଡକାୟତି, ମରଣାନ୍ତକ ଆକ୍ରମଣ, ଆର୍ମସ ଏକ୍ଟ ପରି ସଙ୍ଗୀନ ମାମଲା ରହିଛି। ଗତ କିଛିଦିନ ପୂର୍ବରୁ ଅମିତ ଏକ ଡକାୟତି ମାମଲାରେ ଜାମିନରେ ବିଲାସପୁର ଜେଲରୁ ବାହାରିଥିଲା ସୂଚନା ମିଳିଛି ।

Leave A Reply

Your email address will not be published.