ବ୍ୟାଙ୍କ ମ୍ୟାନେଜରଙ୍କ ପାଇଁ ନିରବ ପ୍ରାର୍ଥନା : ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ  

0

ମାଣ୍ଢସିଲି / ରାଜେନ୍ଦ୍ର ପ୍ରଧାନ : -ଆଜି SDCC ପାଇକମାଲ  ବ୍ୟାଙ୍କ ଶାଖା ତରଫରୁ ବ୍ୟାଙ୍କ ମ୍ୟାନେଜର କିଶୋର କୁମାର ପତି ଙ୍କ ଦେହାନ୍ତ ରେ ଗଭିର ଶୋକ ପ୍ରକାଶ କରି ଆତ୍ମାର ସତଗତି ପାଇଁ ନିରବ ପ୍ରାର୍ଥନା କରାଗଲା। ଗତ କାଲି ସକାଲେ ପଦ୍ମପୁରରୁ ପାଇକମାଲ ବ୍ୟାଙ୍କ କୁ ଆସୁ ଥିବା ସମୟରେ ଅସୁସ୍ଥତା ଅନୁଭବ କରିଥିଲେ |  ବାଟରୁ ପୁଣି ପଦ୍ମପୁର ଡାକ୍ତରଖାନାକୁ ଫେରି ଚିକିତ୍ସିତ ଅବସ୍ଥାରେ ଦିନ ୧୨ଟାରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇ ଯାଇଥିଲା । ଆଜି ସକାଲେ ବାହାରେ ପଢୁଥିବା ତାଙ୍କ ବଡପୁଅ ପହଞ୍ଚିଲା ପରେ ପଦ୍ମପୁରରୁ ପାର୍ଥିବ ଶରିର କୁ ତାଙ୍କ ପୈତୃକ ଗ୍ରାମ ବୁଡେନକୁ ନେଇ  ଅନ୍ତ୍ୟେଷ୍ଟି କ୍ରିୟା ସମାପନ ହେଲା।

ଶ୍ରୀ ପତିଙ୍କ ଦେହାନ୍ତରେ  SDCC ପାଇକମାଲ ବ୍ୟାଙ୍କ କର୍ମଚାରୀ ମାନଙ୍କ ମନରେ ଗଭିର ଶୋକର ଛାୟା ଖେଳିଯାଇଛି | ବ୍ୟାଙ୍କରେ ବ୍ୟାଙ୍କର କର୍ମଚାରୀ  ଶ୍ରୀ ବିରଜା ପ୍ରସାଦ ମଲ୍ଲୀକ,ଶ୍ରୀ ରସାନନ୍ଦ ସ୍ବାଇଁ,ଶ୍ରୀ ଦିଲିପ ସାହୁ,ଶ୍ରୀ ଭୋଲାନାଥ ପ୍ରଧାନ,ଶ୍ରୀ ଜୟନ୍ତ ବେହେରାଙ୍କ ସମେତ ଶତାଧିକ ଚାଷୀ, ସ୍ଥାନୀୟ ଜନସାଧାରଣ  ନିରବ ପ୍ରାର୍ଥନାରେ ଭାଗ ନେଇଥିଲେ।  

 

Leave A Reply

Your email address will not be published.