ନାଉଗାଁ ବ୍ଲକରେ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରଣୀ ବୈଠକ 

0

ଜଗତସିଂହପୁର:(ରମେଶ ମହାନ୍ତି):-ନାଉଗାଁ ବଜାର ସ୍ଥିତ ସୂର୍ଯ୍ୟମଣ୍ଡପ ପରିସରରେ ନାଉଗାଁ ବ୍ଲକ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।ବ୍ଲକ ବିଜେଡି ସଭାପତି ସୁଜିତ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେଡି ସାଂଗଠନିକ ପର୍ଯ୍ୟବେକ୍ଷକ ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ୫-ଟି କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ।ଏଥି ସହିତ ନାଉଗାଁ ବ୍ଲକ ୧୬ଟି ପଂଚାୟତର ପ୍ରତି ପରିବାରରୁ ଜଣକୁ ବିଜୁ ପରିବାରରେ ସଦସ୍ୟ କରାଇବା ସହିତ ୧୦ ହଜାରରୁ ଉର୍ଦ୍ଧ ନୂତନ ସଭ୍ୟ ସଂଗ୍ରହ ପାଇଁ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ ।ଏହି ବୈଠକରେ ମୁଖ୍ୟବକ୍ତା ଭାବେ ସାଂସଦ ଡା. ରାଜଶ୍ରୀ ମଲ୍ଲିକ, ସହ ବକ୍ତା ଭାବେ ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନାବୋର୍ଡ କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି, ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜୁ କୃଷକ ସଂଗଠନର ସଭାପତି ପ୍ରକାଶ ବସ୍ତିଆ ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାରଙ୍କ ସ୍ୱଚ୍ଛଶାସନ ସଂର୍ପକରେ ବକ୍ତବ୍ୟ ରଖିବା ସହିତ ନାଉଗାଁ ବ୍ଲକକୁ ପ୍ରଗତି ପଥରେ ଆଗେଇ ନେବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଲିଙ୍ଗରାଜ ସ୍ୱାଇଁ, ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଏଲିନା ଦାସ, ଜିଲ୍ଲା ପରିଷଦ ସଭ୍ୟ ସୁବଳ ବେହେରା, ବ୍ଲକ ଯୁବ ସଭାପତି ପ୍ରତ୍ୟୁଷ ପରିଡା, ବ୍ଲକ କାର୍ଯ୍ୟକାରିଣୀ ସଭାପତି ପ୍ରଭୁଚରଣ ଦାସ, ବ୍ଲକ ମହିଳା ସଭାନେତ୍ରୀ ରିତା ମହାନ୍ତି, ଯୁବନେତା ଅଜୟ ମହାନ୍ତି, ଦିଲ୍ଲିପ ଲେଙ୍କା, ପ୍ରଦିପ୍ତ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ ।ବୈଠକରେ ଯୁବଗୋଷ୍ଠୀ ଓ ମହିଳା ସଦସ୍ୟା ମାନଙ୍କ ଉପରେ ଗୁରୁତ୍ୱ ଦିଆଯାଇଥିଲା ।

Leave A Reply

Your email address will not be published.