ପ୍ରକୃତ ଜନଆକ୍ରୋଶକୁ ସାମ୍ନା କରିବା ପାଇଁ ବିଜେପି ନେତାମାନେ ପ୍ରସ୍ତୁତ ରୁହନ୍ତୁ : ବିଜୟ 

0

 19-BIJAYA.jpg - 44.68 kB

ଭୁବନେଶ୍ୱର: ନିଜ କର୍ମୀଙ୍କୁ ଲଗାଇ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ସଭାକୁ ଚପଲ ଫିଙ୍ଗି ସଭା ଭଣ୍ଡୁର କରିବାକୁ ଚେଷ୍ଟା କରୁଥିବା ବିଜେପି ଯେ ଏତେ ନୀଚ ସ୍ତରକୁ ଆସିଯିବ ତାହା ଓଡ଼ିଶା ରାଜନୀତିରେ କେବେ ଆଗରୁ ଦେଖାଯାଇନଥିଲା । ଚପଲ ଫିଙ୍ଗି ଏହାକୁ ଜନଆକ୍ରୋଶର ରୂପ ଦେବା, ‘ଲୁଚିଛି ନା ଗୋଡ଼ ଦୁଇଟା ଦିଶୁଛି’ ଯାହା ବିଜେପି ନେତାଙ୍କ ବୟାନବାଜିରୁ ଜଣାପଡୁଛି । ଚପଲ ଫିଙ୍ଗିଥିବା ଯୁବକଙ୍କ ପକେଟ୍‍ରୁ ବିଜେପି ପତାକା ବାହାରିବା ଏବଂ ବାଲେଶ୍ୱରରେ ଅଣ୍ଡା ଫିଙ୍ଗିଥିବା ମହିଳା ବିଜେପି ପାଇଁ ବିଜେପୁରରେ ପ୍ରଚାର କରିବା, ସ୍ପଷ୍ଟ ସୂଚନା ଦେଉଛି ଯେ ବିଜେପିର ନେତୃମଣ୍ଡଳୀ କ୍ଷମତା ଦଖଲ ନିଶାରେ ନିଜର ବୁଦ୍ଧି ବିବେକ ହଜେଇ ସାରିଲେଣି । ଓଡ଼ିଶା ଭଳି ଏକ ଶାନ୍ତିପ୍ରିୟ ରାଜ୍ୟରେ ବିଜେପି ଯେଭଳି ଅସହିଷ୍ଣୁତା ଦେଖାଉଛି, ତାହା ଅତ୍ୟନ୍ତ ନିନ୍ଦନୀୟ । ଭବିଷ୍ୟତରେ ଏଥିପାଇଁ ବିଜେପିକୁ ବହୁମୂଲ୍ୟ ଦେବାକୁ ପଡିବ ଏବଂ ପ୍ରକୃତ ଜନଆକ୍ରୋଶକୁ ସାମ୍ନା କରିବା ପାଇଁ ବିଜେପି ନେତାମାନେ ପ୍ରସ୍ତୁତ ରୁହନ୍ତୁ ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ ସତର୍କ କରାଇଦେଇଛନ୍ତି ।

 

Leave A Reply

Your email address will not be published.