ଡିଭାଇନ୍ ଇନଷ୍ଟିଚ୍ୟୁଟ୍ ରେ ଇଞ୍ଜିନିୟର୍ସ ଦିବସ ମହା ସମାରୋହରେ ପାଳିତ

0

ବାରିପଦା(ଦିଲ୍ଲୀପ ମହାନ୍ତି)  – ବାରିପଦା ସହର ଉପକଣ୍ଠ ପୋଡା ଅସ୍ତିଆର ବାହାଦୁରପୁରସ୍ଥ ଡିଭାଇନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଏଣ୍ଡ ଟେକ୍ନୋଲଜି ଆନୁକୁଲ୍ୟରେ ଇଞ୍ଜିନିୟର୍ସ ଦିବସ ରବିବାର ମହା ସମାରୋହରେ ପାଳିତ ହୋଇଯାଇଛି । ଇନଷ୍ଟିଚ୍ୟୁଟ୍ ର ନିର୍ଦ୍ଦେଶକ ଇଂ ବିପ୍ଲବ ଭଞ୍ଜନ ବୁଗୁଡେଇ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଇରଙ୍ଗପୁର ଇରିଗେସନ୍ ଡିଭିଜନ୍ ର ଇଂ ଅମିୟ କୁମାର ଆଚାର୍ଯ୍ୟ, ଡେପୁଟି ଏକଜିକ୍ୟୁଟିଭ୍ ଇଞ୍ଜିନିୟର, ମୁଖ୍ୟ ଅତିଥି ଭାବେ,  ରାଇରଙ୍ଗପୁର ଇରିଗେସନ୍ ଡିଭିଜନ୍ ର ଇଂ ମହେଶ୍ଵର ସିଂହ, ବାରିପଦା ଡି ଆର ଡି ଏ ର ଜୁନିଅର ଇଞ୍ଜିନିୟର ଇଂ  ସୁଚିସ୍ମିତା  ଶତପଥୀ ତଥା  ଗୋପବନ୍ଧୁ ନଗର ର ଇଂ ସୁଚିସ୍ମିତା ବେହେରା, ଜୁନିଅର ଇଞ୍ଜିନିୟର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ରାଷ୍ଟ୍ର ଗଠନ ଦିଗରେ ଇଞ୍ଜିନିୟରଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ତତ୍ ସହିତ ଭାରତ ବର୍ଷର ଅନ୍ୟତମ  ବରପୁତ୍ର ଭାରତ ରତ୍ନ ଇଂ ମୋକ୍ଷଗୋଣ୍ଡମ ବିଶ୍ଵେସ୍ଵରାୟା  ଙ୍କର ଜନ୍ମ ତିଥିରେ ତାଙ୍କ ସ୍ମୃତି ଚାରଣ କରାଯାଇ କଠିନ ପରିଶ୍ରମ ହିଁ କେବଳ ଉପଯୁକ୍ତ ଇଞ୍ଜିନିୟର ଟିଏ ଗଢିବା ସମ୍ଭବ ବୋଲି ମତ ପ୍ରକାଶ ପାଇଥିଲା । ଏହି ସମାରୋହ ଅନୁଷ୍ଠାନର ଅଧ୍ୟକ୍ଷ ଇଂ ଅଭିନ୍ନ କୁମାର ଦାସ ଙ୍କ ତତ୍ଵାବଧାନରେ ସଂପାଦିତ ହୋଇଥିଲା ଯେଉଁଥିରେ  ଅନୁଷ୍ଠାନର ସମସ୍ତ  ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀ ଓ ଛାତ୍ର-ଛାତ୍ରୀ ପ୍ରମୁଖ ସହଯୋଗ କରିଥିଲେ । 

Leave A Reply

Your email address will not be published.