ରାଇକିଆ/ ଗଗନ ପ୍ରଧାନ :ସ୍ଥାନୀୟ କାଥୋଲିକ ଦେବାଳୟରେ ରବିବାର ମଦର ମେରୀଙ୍କ ଜନ୍ମ ଦିବସ ମହାଆନନ୍ଦରେ ପାଳିତ ହୋଇଯାଇଛି ।ଏନେଇ ଏକ ଦିବ୍ଯଯଞ ଅନୁଷ୍ଠିତ ହୋଇଯାଇଛି ।ଏହି ଦିବ୍ଯଯଞରେ ରାଇକିଆ ପ୍ୟାରିସର ମୂଖ୍ଯ ଧର୍ମ ଯାଜକ ପ୍ରଦୋଷ ଚନ୍ଦ୍ର ନାୟକ, ସହ ଯାଜକ ରଶ୍ମି କାନ୍ତ ନାୟକ, ଯାଜକ ଭଞ୍ଜ କିଶୋର ନାୟକ ଏବଂ ଯାଜକ ପୁରୁଷୋତ୍ତମ ନାୟକ ଯଞରେ ସହଯୋଗ କରିଥିବାବେଳେ ବାଇବେଲ ଆଧାରରେ ମଦର ମେରୀକଂ ଜନ୍ମ ସମନ୍ଧରେ ବିଶ୍ବାସୀଙ୍କୁ କୁହାଯାଇଥିଲା ।ପବିତ୍ର ବାଇବେଲ ପଠନ,ଦିବ୍ୟ ପ୍ରସାଦ ଗ୍ରହଣ ,ଅଞ୍ଚଳ,ରାଜ୍ଯ ଏବଂ ଦେଶର ସମସ୍ତ ପରିବାରବର୍ଗ ପାଇଁ ପ୍ରାର୍ଥନା କରାଯାଇଥିଲା । ଏହି ଦିବ୍ଯଯଜ୍ଞରେ ଯୁବ ଗୋଷ୍ଠୀଙ୍କ ଦ୍ବାରା ସଙ୍ଗୀତ ପରିବେଷଣ କରାଯାଇଥିଲା ।ଚର୍ଚ୍ଚ ସାଜସଜ୍ଜାରେ ସିଷ୍ଟର ସାଇଲା ,ପ୍ରଶ୍ନନା ଏବଂ ଯୁବ ଗୋଷ୍ଠୀ ସହୋଯୋଗ କରିଥିବାବେଳେ ବାଇବେଲ ଆଧାରରେ ବିଭିନ୍ନ ପ୍ରତିଯୋଗିତାରେ ଶିଶୁ ସଘଂର ଛାତ୍ରଛାତ୍ରୀ ମାନେଙ୍କୁ କୃତିତ୍ବ ପାଇଁ ପୁରସ୍କାର ପ୍ରଦାନ କରାଯାଇଥିଲା।ଏଥିରେ କମିଟିର ସମସ୍ତ କର୍ମକର୍ତ୍ତାମାନେ ସହଯୋଗ କରିଥିଲେ ।ଏହି ପର୍ବ ପାଳନରେ ବହୁ ସଂଖ୍ୟାରେ ଖ୍ରୀଷ୍ଟ ବିଶ୍ବାସୀ ମାନେ ଉପସ୍ଥିତ ରହିଥିଲେ ।