ଲାଞ୍ଚ ନେଉଥିବାବେଳେ ଧରାପଡ଼ିଲେ ଏଏସ୍ଆଇ

0

ଧର୍ମଗଡ଼ ରୁ ସୁଶାନ୍ତ ରାଉତ :  କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନାଏଏସ୍ଆଇ ରାଜକପୁର ବେହେରା ରବିବାର ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୂଚନା ମୁତାବକ ତୁଡ଼ୁକେଲା ଗ୍ରାମର ତ୍ରିନାଥ ନାଏକଙ୍କ ଏକ କେସକୁ ଶ୍ରୀ ବେହେରା ନିଜ ହାତକୁ ନେଇଥିବା ବେଳେ ତ୍ରିନାଥଙ୍କ ପରିବାରକୁ ଗିରଫ ହେବାରୁ ବଞ୍ଚାଇବା ପାଇଁ ୨୦ ହଜାର ଟଙ୍କା ମାଗିଥିଲେ। ତେବେ ତ୍ରିନାଥ ୭ହଜାର ଟଙ୍କା ଯାଚିଥିଲେ ମଧ୍ୟ ସେ ରାଜି ହୋଇନଥିଲେ। ଏ ନେଇ ତ୍ରିନାଥ କଳାହାଣ୍ଡି ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ  । ତେବେ ଭିଜିଲାନ୍ସ ଅଧିକାରୀଙ୍କ କହିବା ଅନୁସାରେ  ତ୍ରିନାଥ ରାଜକପୁର ବେହେରାଙ୍କୁ ୧୦ହଜାର ଟଙ୍କା ନେଇ ଦେଇଥିଲେ। ତେବେ ଶ୍ରୀ ବେହେରା ଏହି ଟଙ୍କା ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଦଳ ତାଙ୍କୁ ଧରିଥିଲେ। ଏହି ଚଢ଼ଉରେ ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହାନନ୍ଦ, ଇନସ୍ପେକ୍ଟର କଳାବତୀ ବାଗ, ନବରଙ୍ଗପୁର ଇନସ୍ପେକ୍ଟର ଦିନବନ୍ଧୁ ବେହେରା, ଏଏସ୍ଆଇ ଉପେନ୍ଦ୍ର ଜାନି ପ୍ରମୁଖ ସାମିଲ ଥିଲେ।

Leave A Reply

Your email address will not be published.