ମରଣଯନ୍ତl ଅବସ୍ଥାରେ ଝୁଲେନ ପୋଲ

0

କୁଚିଣ୍ଡା(ଅଜୟ କୁମାର ବାଘ) :ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ୫୯ନଂ ଜାତୀୟ ରାଜପଥ ଦେଇ ରହିଥିବା ଝୁଲେନ ପୋଲ ମରଣଯନ୍ତl ପାଲଟିଛି l ଶହଶହ ଲୋକ ନିର୍ଭର କରୁଥିବା ଝୁଲେନ ପୋଲ ରାଜରାସ୍ତା କେତେ ବେଳେ କାହାର ଜୀବନ ନେଇପାରେ ତାହା କହିବା ମୁସ୍କିଲ୍ l କୁଚିଣ୍ଡା କୁ ପ୍ରବେଶ କରିବା ପାଇଁ ଏହି ପୋଲ ମୁଖ୍ୟ ଦ୍ୱାର ଏହି ପୋଲ ଗାଢ଼ ହେବାରେ ଲାଗିଛି l ସବୁଦିନେ ଯାତ୍ରୀବାହୀ ବସ,ମାଲବାହୀ ଟ୍ରକ,ବାଇକ,ସାଇକେଲ, ଯିବା ଆସିବା କରିଥାଏ l କୁଚିଣ୍ଡା ଠାରୁ ମାତ୍ର ୨କିଲୋମିଟର ଦୂରରେ ରହିଥିବା ଏହି ପୋଲଟି ଯେ କୌଣସି ମୂହୁତ୍ତରେ ଭୁଷୁଡ଼ିବା ଆଶଙ୍କା ରହିଥିବା ବେଳେ ଯିବା ଆସିବା କରୁଥିବା ଲୋକ ଆତଙ୍କିତ ଅବସ୍ଥାରେ ରହିଛନ୍ତି lପୋଲକୁ ମରାମତି କରିବା ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବୀ ହୋଇଛି |

Leave A Reply

Your email address will not be published.