ସଙ୍ଗୀତ ବିଦ୍ୟାଳୟରେ  ଗୁରୁ ପୂଜନ ଉତ୍ସଵ 

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ  ଭକ୍ତି ସଙ୍ଗୀତ ସଂସଦ ର ସଙ୍ଗୀତ ବିଦ୍ୟାଳୟ  ପରିସରରେ ଗୁରୁ-ପୂର୍ଣ୍ଣିମା ତଥା ଗୁରୁ ଦିବସ ଅବସରରେ ଅନୁଷ୍ଠିତ ହୋଇଯାଇଛି  ଗୁରୁ-ପୂଜନ ଉତ୍ସବ କାର୍ଯ୍ୟକ୍ରମ ।

     ସଂସଦର ସଙ୍ଗଠନ ସମ୍ପାଦକ ରାଜେନ୍ଦ୍ର ରଥଙ୍କ ସଂଯୋଜନାରେ ଆୟୋଜିତ ସଭା କାର୍ଯ୍ୟକ୍ରମରେ ସଂସଦର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ରଥ ଯୋଗଦେଇ ଗୁରୁ ପୂର୍ଣ୍ଣିମା ଆମ ସଂସ୍କୃତିରେ ଗୁରୁ ପୂଜନ ଦିବସ ପାଳନର ମହତ ଉଦ୍ଦେଶ୍ ପ୍ରତିପାଦନ କରିଥାଏ ।ବାସୁଦେବଙ୍କ ଜନ୍ମ ଦିନକୁ ଗୁରୁ ପୂର୍ଣ୍ଣିମା ଭାବେ ପାଳନ କରାଯାଉଥିବା ବେଳେ ଏହି ଦିନରେ ସରକାରୀ ସ୍ତରରେ ମଧ୍ୟ ଭାରତର ପୂର୍ବତନ ରାଷ୍ଟ୍ରପତି ସର୍ବ-ପଲ୍ଲୀ ରାଧାକ୍ରିଷ୍ନାନଙ୍କ ଜନ୍ମ ଦିନକୁ  ସେପ୍ଟେମ୍ବର ୫ରେ ପାଳନ କରା ଯାଇଥାଏ । ଗୁରୁଙ୍କ ଆଦେଶ ଗୁରୁଙ୍କ କହିବା ପ୍ରଭୃତି ଆମେ ମାନି ପାଳନ କଲେ ଆମର ଜୀବନ ନିଶ୍ଚିତ ଭାବେ ସାର୍ଥକ ହୋଇଯିବ ବୋଲି କହିଥିଲେ ।

     ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ର  ଯୋଗଦେଇ ଗୁରୁ-ଶିଷ୍ୟର ପରମ୍ପରା ହେଉଛି ଅତ୍ୟନ୍ତ ପୂରାତନ । ମୁଖ୍ୟତଃ  ଆଜି ଦିନଟି ଗୁରୁ ମାନଙ୍କ ପାଈଁ ଏକ ପବିତ୍ର ଦିନ ।ଅତୀତରେ   ଗୁରୁ ମାନଙ୍କୁ ତାଙ୍କର  ଶିଷ୍ୟ ମାନେ ଯେଉଁ ସ୍ନେହ , ଶ୍ରଦ୍ଧା , ଆଦର , ସମ୍ମାନ ଓ ଭକ୍ତି କରିଥାନ୍ତି,  ସେ ସବୁକୁ ଗୁରୁ ମାନେ ଆଜିର ଦିନରେ ମାନେ ପକାଇଥାନ୍ତି, ଯେ  ସେମାନେ ମଧ୍ୟ ଦିନେ ଏଭଳି ଶିଷ୍ୟ ଥିଲେ ଏବଂ ତାଙ୍କ ଗୁରୁ ମାନଙ୍କୁ ଭକ୍ତି , ଶ୍ରଦ୍ଧା ଓ ସମ୍ମାନ କରୁଥିଲେ । ଅନ୍ୟ ପକ୍ଷରେ ଗୁରୁ ଓ ଶିଷ୍ୟ ମଧ୍ୟରେ ଯେଉଁ  ସମ୍ପର୍କ ରହିଛି  ସେହି ଅତୁଟ ପରମ୍ପରା। ସମ୍ପର୍କକୁ  ସବୁ ବେଳ ପାଈଁ ବଜାୟ ରଖିବା ଉଦ୍ଦେଶରେ ପ୍ରତିବର୍ଷ ଏହି ଅନୁଷ୍ଠାନରେ  ଗୁରୁ-ପୂଜନ ଉତ୍ସଵ ପାଳନ କରି ଆସୁଛି ବୋଲି କହିଥିଲେ ।

         ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସଙ୍ଗୀତ ଶିକ୍ଷା ଗୁରୁ ବିଜୟ କୁମାର ପ୍ରଧାନ ,ତବଲା ଗୁରୁ ତ୍ରିଲୋଚନ ପଣ୍ଡା ଓ ତବଲା ଗୁରୁ ନରସିଂହ ଚରତି ପ୍ରମୁଖ ଚୌକିରେ ବସିଥିବା ବେଳେ  ଶିଷ୍ୟ-ଶିଷ୍ୟା ମାନେ ତଳେ ବସିଥିଲେ ।  ପରେ ଶିଷ୍ୟ-ଶିଷ୍ୟା ମାନେ ସମସ୍ତ ଗୁରୁ ମାନଙ୍କୁ ମଥାରେ ଚନ୍ଦନ,ସିନ୍ଦୁର ଟିକା ଲଗାଇ ଓ ପାଦ ଛୁଇଁ ମୁଣ୍ଡିଆ ମାରିଥିଲେ ।  ପରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଗୁରୁ ଦିବସ ଉପରେ ସଙ୍ଗୀତ ପରିବେଷଣ କରିଥିଲେ ।

     ବିଦ୍ୟାଳୟ ସମ୍ପାଦକ କୁଞ୍ଜ ବିହାରୀ ବଡ଼କୁମାର ଧନ୍ୟବାଦ ଅର୍ପଣ କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ  ସିଗ୍ନଧା ମିଶ୍ରଙ୍କ ସମେତ  ଭକ୍ତି ସଙ୍ଗୀତ ସଂସଦର କର୍ମକର୍ତ୍ତା ମାନେ ପରିଚଳନା କରିଥିଲେ।

 

Leave A Reply

Your email address will not be published.