ରାଜବୋଡାସମ୍ବର ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୁରୁଦିବସ ପାଳିତ

0 2

ପଦ୍ମପୁର- () – ସ୍ଥାନୀୟ ରାଜବୋଡାସମ୍ବର ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସରୋଜ କୁମାର ଭୁଏଙ୍କ ଅଧ୍ଯକ୍ଷତାରେ ଗୁରୁ ଦିବସ ପାଳିତ ହୋଇ ଯାଇଛି। ସଭାରେ  ଘେସ  ମହାବିଦ୍ୟାଳୟର ଅବସର ପ୍ରାପ୍ତ ଇତିହାସ  ଅଧ୍ୟାପକ ଡ଼. ଭକ୍ତପୂରନ ସାହୁ ,ମୁଖ୍ୟଅତିଥି,ଗୋଷ୍ଠୀଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ତ୍ରିବିକ୍ରମ ପାଣିଗ୍ରାହୀ , ମୋ ସ୍କୁଲ ଅଭିଯାନର ସଭାପତି ଶ୍ରୀଯୁକ୍ତ ଚନ୍ଦ୍ରଭାନୁ ପଧାନ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ଋଷଭ ସାହୁ  ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଗୁରୁ ଶିଷ୍ୟ ସମ୍ପର୍କର ବିଶଦ ତଥ୍ୟ ଉପସ୍ଥାପନା କରିଥିଲେ। ବିଦ୍ୟାଳୟର ପୂର୍ବ ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ଗଣେଶ ଚନ୍ଦ୍ର ତ୍ରିପାଠୀ ଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରଯାଇଥିଲା।  ବିଦ୍ୟାଳୟର ଶିକ୍ଷକ ରାଜେଶ କୁମାର ଖମାରୀ ସ୍ଵାଗତ ଭାଷଣ ଓ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ ସୁନୀଲ କୁମାର ସିହ୍ନା ,ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ପଣ୍ଡା ,ଶ୍ରୀଯୁକ୍ତ ଗଙ୍ଗାଧର ମହାନ୍ତି, ଶ୍ରୀଯୁକ୍ତ କ୍ଷୀରସିନ୍ଧୁ ସୁନା, ଶ୍ରୀଯୁକ୍ତ ମୋହନ ବନଛୋର , ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସାହୁ , ଶ୍ରୀଯୁକ୍ତ ଅଭିଳାଷ ସାହୁ, ଶ୍ରୀଯୁକ୍ତ ହରେକୃଷ୍ଣ ମେହେର ଓ କର୍ମଚାରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପଧାନ, ଶ୍ରୀଯୁକ୍ତ ଦୀପକ ତିଵାରୀ,ପଦ୍ମନାଭ ବୁଡେକ, ନନ୍ଦଗୋପାଳ ବନଛୋର ତଥା ଅଭିଭାବକଙ୍କ ପୂର୍ଣ୍ଣ ସହଯୋଗରେ ଏକ ମନୋଜ୍ଞ ପରିବେଶରେ ସଭା କାର୍ଯ୍ୟ ସମ୍ପାଦନ ହୋଇଥିଲା। ଶେଷରେ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ କାର୍ତ୍ତିକ ଦାଶ ଧନ୍ୟବାଦ ଦେଇଥିଲେ।

 

Leave A Reply

Your email address will not be published.