ବାରିପଦା (ଦିଲ୍ଲୀପ ମହାନ୍ତି)- ସେପ୍ଟେମ୍ବର ୬କୁ କଳା ଦିବସ ଭାବେ କୁଡ଼ୁମୀ ସେନା ପାଳନ କରିବାକୁ ଯାଉଛି ବୋଲି ବାରିପଦା ବଜାର ଇଣ୍ଡିଆ ସମ୍ମିଳନୀ କକ୍ଷରେ କୁଡ଼ୁମୀ ସେନା ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଲନୀରେ ସେନାର ରାଜ୍ୟ ଅଧ୍ୟକ୍ଷ ଜୟମୁନି ମହାନ୍ତ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି । ଶ୍ରୀମହାନ୍ତ ଗଣମାଧ୍ୟମର ପ୍ରତିନିଧିମାଧ୍ୟମର ପ୍ରତିନିଧିମାନଙ୍କ ସମ୍ମୁଖରେ ଉପସ୍ଥାପନ କରାଇଥିବା ତଥ୍ୟ ଆଧାରରେ ୧୯୫୦ ସେପ୍ଟେମ୍ବର ୬ରେ କୁଡ଼ୁମୀ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ତାଲିକାରୁ ବାଦ ଦେଇଥିଲେ । ତେଣୁ ଉକ୍ତ ଦିବସକୁ କୁଡ଼ୁମୀ ସମ୍ପ୍ରଦାୟ କଳା ଦିବସ ଭାବେ ପାଳନ କରିବାର ନିଷ୍ପତ୍ତି ନେବା ସହ ପୁରରୁ ଆରମ୍ଭ କରି ଦିଲ୍ଲୀର ରାଜ ରାସ୍ତା ପର୍ଯ୍ୟନ୍ତ ସବୁଠି ଆନେ୍ଦାଳନ ଜାରି ରହିବ ବୋଲି ସେନାର ରାଜ୍ୟ ଅଧ୍ୟକ୍ଷ ଶ୍ରୀମହାନ୍ତ ଘୋଷଣା କରିଛନ୍ତି । ଏଥି ସହିତ ସେନା ଚଳାଇ ଆସିଥିବା ଆନେ୍ଦାଳନର ପ୍ରଭାବରେ ରାଜ୍ୟ ସରକାର କୁଡ଼ୁମୀ ଜାତିର ସାମାଜିକ ତଥା ଅର୍ଥନୈତିକ ବିକାଶକୁ ଅଗ୍ରାଧିକାର ଦେଇ କୁଡ଼ୁମୀ ବିକାଶ ପରିଷଦ ଗଠନ କରିବାର ଘୋଷଣା କରିଥିଲେ ମଧ୍ୟ କୁଡ଼ୁମୀ ସେନା ଏହି ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ତାଲିକାଭୁକ୍ତ କରାନଯିବା ପର୍ଯ୍ୟନ୍ତ ଆନେ୍ଦାଳନକୁ ଜାରି ରଖିବ ବୋଲି କହିଥିଲେ । ଏଥିନିମନ୍ତେ ଆସନ୍ତା ସେପ୍ଟେମ୍ବର ୬ରେ ଓଡ଼ିଶାର କୁଡ଼ୁମୀ ବହୁଳ ୬ଟି ଜିଲ୍ଲାର ସବଡ଼ିଭିଜନ ଓ ଜିଲ୍ଲା ସ୍ତରରେ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ପ୍ରତିବାଦ ସଭା ଆଜୋଜନ କରାଯିବା ସହ ପୂର୍ବ ବର୍ଷ ଭଳି ଦିଲ୍ଲୀର ଯନ୍ତ୍ରମନ୍ତ୍ର ଏବଂ କୁଡ଼ୁମୀ ବହୁଳ ଓଡ଼ିଶା, ପଶ୍ଚିମବଙ୍ଗ, ଛତିଶଗଡ଼, ଆସାମ ଓ ଝାଡ଼ଖଣ୍ଡ ଆଦି ରାଜ୍ୟରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ ଜାରି ରହିବ ବୋଲି ସେନାର ରାଜ୍ୟ ଅଧ୍ୟକ୍ଷ ଜୟମୁନି ମହାନ୍ତ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ପ୍ରଦାନ କରିଥିଲେ । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉପସଭାପତି ଦିବ୍ୟସିଂ ମହାନ୍ତ, ମୟୂରଭଞ୍ଜ ଜିଲ୍ଲା ସଭାପତି ଦୁର୍ଗାଚରଣ ମହାନ୍ତ, ଡ଼ମ୍ବରୁଧର ମହାନ୍ତ, ସବିତା ମହାନ୍ତ, ଜଗଦ୍ଧିଶ ମହାନ୍ତ ପ୍ରମୁଖ କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ ।
Sign in
Sign in
Recover your password.
A password will be e-mailed to you.