ମୟୂରଭଞ୍ଜ: ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପାଇଁ ଯାଞ୍ଚ ପ୍ରକ୍ରିୟା ସମ୍ପର୍କିତ ସର୍ବଦଳୀୟ ବୈଠକ

0 1

 

ବାରିପଦା -(ଦିଲ୍ଲୀପ ମହାନ୍ତି) – ରାଜ୍ୟ ନିର୍ବାଚନ କମିଶନଙ୍କ ନିଦେ୍ର୍ଧଶ କ୍ରମେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ତତ୍ୱାବଧାନରେ ଜିଲ୍ଲାର ସମସ୍ତ ୯ଟି ନିର୍ବାଚନ ମଣ୍ଡଳୀରେ ବୁଥ୍ ସ୍ତରରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପାଇଁ  ଭୋଟର ଯାଞ୍ଚ ପ୍ରକ୍ରିୟା ସମ୍ପର୍କୀତ ବିଭିନ୍ନ ଦଳୀୟ ରାଜନୈତିକ ପ୍ରତିନିଧିମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଫାସିଲିଟିଏସନ ସେଣ୍ଟରରେ  ଅନୁଷ୍ଠିତ  ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ମୟୂରଭଞ୍ଜ ବ୍ରଜବନ୍ଧୁ ଭୋଳ ଯୋଗଦେଇ ଜିଲ୍ଲାରେ ସେପ୍ଟେମ୍ବର ୧ ତାରିଖରୁ ଆରମ୍ଭ ହେଉଥିବା ଭୋଟର ତାଲିକାର ସ୍ୱତନ୍ତ୍ର ଭୋଟର ତାଲିକ ସଂଶୋଧନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚାଇବା ସହିତ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ପ୍ରତିଶ୍ରୁତି ତୃଟିମୁକ୍ତ ଭୋଟର ତାଲିକା ସକାଶେ ବିଶେଷ ଧ୍ୟାନ ଦେଇ  କାର୍ଯ୍ୟକ୍ରମ ତ୍ନରାନ୍ୱିତ କରାଯାଇଅଛି ବୋଲି ପ୍ରକାଶ କରିଥିଲେ । ଏଥିପାଇଁ ଜିଲ୍ଲାର ସମସ୍ତ ଉପ-ଜିଲ୍ଲାପାଳ ତଥା ଇଆରଓ ବ୍ଲକ ତହସିଲ ସ୍ତରରେ ଏଇ ଆର. ଏବଂ ବି.ଏଲ.ଙ୍କ ତତ୍ୱାବଧାନରେ ଭୋଟର ଯାଞ୍ଚ କାର୍ଯ୍ୟକ୍ରମ ସେପ୍ଟେମ୍ବର ୧ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ତ୍ୱରାନ୍ୱିତ କରାଯାଉଅଛି । ଏହି ସମୟ ମ୍ମରେ ଭୋଟରମାନେ ସେମାନଙ୍କ ଭୋଟର ତାଲିକା ଯାଞ୍ଚ କରି ପାରିବେ ଏବଂ କୌଣସି ତୃଟି ଥିଲେ ତାହା ସଂଶୋଧନ ନିମନ୍ତେ ଉଦ୍ଦିଷ୍ଟ  ଥିବା ଫର୍ମରେ ଦାଖଲ କରିପାରିବେ । ଏହି କାର୍ଯ୍ୟକ୍ରମରେ ଆସନ୍ତା ଅକ୍ଟବର ୧୫ରେ ଚିଠା ଭୋଟର ତାଲିକା ପ୍ରକାଶିତ ହୋଇ  ୩୦ ନଭେମ୍ବର ପର୍ଯ୍ୟନ୍ତ ସଂଶୋଧନ ନିମନ୍ତେ ଆପତ୍ତି ଅଭିଯୋଗ ଗ୍ରହଣ କରାଯିବ । ଏଥି ସହିତ ଆସନ୍ତା ନଭେମ୍ବର ୨, ୩, ୯ ଓ ୧୦ରେ ସ୍ୱତନ୍ତ୍ର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ନଭେମ୍ବର ୧୫ ମ୍ମରେ ସମସ୍ତ ଆପତ୍ତି ଅଭିଯୋଗର ଫଏସଲା କରାଯାଇ ନିର୍ବାଚନ କମିଶନଙ୍କ ଅନୁମତି କ୍ରମେ ଡିସେମ୍ବର ୩୧ରେ ସପ୍ଲିମେଣ୍ଡାରୀ ଡାଟାବେସ୍  ଚିଠା ଭୋଟର ତାଲିକା ପ୍ରସ୍ତୁତି କରାଯିବ ଏବଂ ଆସନ୍ତା ୨୦୨୦ ଜାନୁୟାରୀ ୧ରୁ ୧୫ ମ୍ମରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶନ କରାଯିବ । ଜିଲ୍ଲାରେ ଶତପ୍ରତିଶତ ନିର୍ଭୁଲ ଭୋର୍ଟର ତାଲିକା ପ୍ରସ୍ତୁତି ସେପ୍ଟେମ୍ବର ୧ଠାରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଅନୁଷ୍ଠିତ  ହେଉଥିବା ଭୋର୍ଟର ତାଲିକା ଯାଞ୍ଚ ପ୍ରକ୍ରିୟା (ଇଭିପି) କାର୍ଯ୍ୟକ୍ରମରେ  ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସଂପୃକ୍ତ ବୁଥ୍ ଏଜେଣ୍ଟ ମାନଙ୍କ ଦ୍ୱାରା ଅଂଚଳର ଭୋଟର ମାନଙ୍କୁ ସହଯୋଗ କରିବାପାଇଁ ରାଜନୈତିକ ଦଳୀୟ ପ୍ରତିନିଧିମାନଙ୍କ ସହଯୋଗ କାମନା କରିଥିଲେ । ଅନୁଷ୍ଠିତ  ଉକ୍ତ ବୈଠକରେ ଜିଲ୍ଲା ଜରୁରୀ ଅଧିକାରୀ ସୁଜୟ କୁମାର ପତି,  ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବିନ୍ଦ୍ର କୁମାର ନାୟକ ଏବଂ ଦଳୀୟ ରାଜନୈତିକ ପ୍ରତିନିଧିମାନେ ଯୋଗ ଦେଇଥିଲେ । 

Leave A Reply

Your email address will not be published.