ରଘୁନାଥ ବିଦ୍ୟାପୀଠ ୧୯୮୫ ବ୍ୟାଚ୍ ଛାତ୍ରମାନଙ୍କ ବନ୍ଧୁମିଳନ 

0 2

ଓଡଗାଁ(ଶ୍ରୀକାନ୍ତ ମିଶ୍ର) : ଓଡଗାଁ ହାଇସ୍କୁଲର ୧୯୮୫ ବ୍ୟାଚ୍ ଛାତ୍ରଛାତ୍ରୀମାନଙ୍କର ଏକ ବନ୍ଧୁମିଳନ ନିକଟସ୍ଥ ପଥପ୍ରାନ୍ତ ସୁବିଧାକେନ୍ଦ୍ର ନିକଟରେ ଅନୁଷ୍ଠିତ  ହୋଇଯାଇଛି । ରଘୁନାଥ ବିଦ୍ୟାପୀଠରେ ୧୯୮୫ ବ୍ୟାଚରେ ଅଧୟନ କରୁଥିବା ବହୁ ପୁରାତନ ଛାତ୍ର ବିଭିନ୍ନ ଜାଗାରେ କାର୍ଯ୍ୟ କ୍ଷେତ୍ରରୁ ସମୟ ବାହାରକରିି ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । କର୍ମବ୍ୟସ୍ତ ଜୀବନ ମଧ୍ୟରେ ପିଲାଦିନର ସାଙ୍ଗକୁ ଭେଟିବାର ମଜା ଏକ ନିଆରା ଥିଲା ବୋଲି ଉପସ୍ଥିତ ସାଙ୍ଗମାନେ ଖୁସିର ସହ ପ୍ରକାଶ କରିଥିଲେ । ଆଗାମୀ ଦିନରେ ଏହି ବନ୍ଧୁ ମିଳନକୁ ପ୍ରତିବର୍ଷ ଧାରାବାହିକ କରିବା ପାଇଁ ଆଜିର କାର୍ଯ୍ୟକ୍ରମରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।

 

 

Leave A Reply

Your email address will not be published.