ସିନାପାଲିରେ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ     

0 2

ସିନାପାଲି ରୁ ନିରାକାର ମେହେର : ନୂଆପଡା ଜିଲ୍ଲା ସିନାପାଲି ଥାନା ରେ ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଛି ! ଆଜି ସିନାପାଲି ପୋଲିସ ର ସହାୟତା ରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଏବଂ ପଲିଥିନ ମୁକ୍ତ କରିବା ସହିତ ପରିବେଶ ସୁରକ୍ଷା କରିବା ତଥା ପରିବେଶ ସନ୍ତୁଲନ ରଖିବା ପାଇଁ ଜଣେ ବ୍ୟକ୍ତି ଅତିକମରେ ଦୁଇଟି ଗଛ ଲଗାଇବା ଉଦେଶ୍ୟରେ ସିନାପାଲି ଉଚ୍ଚବିଦ୍ୟାଳୟ ଛାତ୍ର ଛାତ୍ରୀ ଓ ସିନାପାଲି ବନବିଭାଗ ଅଧିକାରୀ ମାନଙ୍କୁ ନେଇ ଏକ ଶୋଭାଯାତ୍ରା ରେ ସ୍ଲୋଗାନ ଦେଇ   ସହର ପରିକ୍ରମା କରିଥିଲେ !ଏହି ଶୋଭା ଯାତ୍ରା ରେ ସିନାପାଲି ଯୁବ ଗୋଷ୍ଟି ସ୍ବେଛାସେବୀ ସମେତ ଅଞ୍ଚଳ ର ମାନ୍ୟ ଗଣ ବ୍ୟକ୍ତି ଯୋଗ ଦେବା ସହିତ ସିନାପାଲି ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ଗୌଡ଼ ,ସିନାପାଲି ବନଅଂଚଳ ଅଧିକାରୀ ମୁରଲୀ ପଣ୍ଡାଙ୍କ ସହିତ ପୋଲିସ ଅଧିକାରୀ ଉପସ୍ଥିତ ରହି ଶୋଭା ଯାତ୍ରା ରେ ଅଂଶ ଗ୍ରହଣ କରିଥିଲେ !ଯେ ପରିକି ଆଗାମୀ ଦିନ ରେ ପଲିଥିନ ମୁକ୍ତ ହେବା ସହିତ ପରିବେଶ ସୁରକ୍ଷିତ ରଖିବା ପାଇଁ ଲୋକ ଙ୍କୁ ସଚେତନ କରିବା ଆମର ଦାୟିତ୍ୱ ବୋଲି ସମସ୍ତେ ସଂକଳ୍ପ କରିଥିଲେ !

Leave A Reply

Your email address will not be published.