ଜଗତସିଂହପୁର ଠାରେ ୱାନ୍ ଷ୍ଟପ୍ ସେଣ୍ଟର(ସଖି)ଉଦଘାଟନ,ପୀଡିତା ମହିଳାଙ୍କୁ ନ୍ୟାୟ ପାଇଁ ମିଳିବ ସହାୟତା

0 2

ଜଗତସିଂହପୁର:(ରମେଶ ମହାନ୍ତି):-ଜିଲ୍ଲାରେ ହେଉଥିବା ସମସ୍ଥ ପ୍ରକାର ମହିଳା ହିଂସାରେ ପୀଡିତା ମାନେ ୱାନଷ୍ଟପ୍ ସେଣ୍ଟର “ସଖି” ରେ ତ୍ୱରିତ ସହାୟତା,ପୋଲିସ ସହାୟତା, ଡାକ୍ତରୀ ଚିକିତ୍ସା ଓ ପରିକ୍ଷା, ମନସ୍ତାତ୍ୱୀକ-ସାମାଜିକ ପରାମର୍ଶ ଆଇନ ସହାୟତା, ସ୍ୱଳ୍ପକାଳୀନ ରହଣୀ ଇତ୍ୟାଦି ସୁବିଧା ପାଇପାରିବେ।ହିଂସାରେ ପୀଡିତା ମହିଳା ଓ ଝିଅ ମାନଙ୍କୁ ନ୍ୟାୟ ପ୍ରଦାନ ନିମନ୍ତେ ଗୋଟିଏ ସ୍ଥାନରେ ସମସ୍ଥ ସହାୟତା ଯୋଗାଇ ଦେବାକୁ ଓଡିଶା ସରକାରଙ୍କ ମହିଳା ଓ ଶିଶୁ ଏବଂ ମିସନ ଶକ୍ତି ବିଭାଗ ଆନୁକୂଲ୍ୟରେ ଜଗତସିଂହପୁର ସଦର ମହକୁମା ସ୍ଥିତ ଡାକ୍ତରଖାନା ପରିସରରେ ୱାନଷ୍ଟପ୍ ସେଣ୍ଟର “ସଖି” ଜିଲ୍ଲା ପ୍ରଶାସନ ସମାଜ ମଙ୍ଗଳ ବିଭାଗ ଆୟୋଜନରେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ସ୍ଥାନୀୟ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କ ଦ୍ୱାରା ଉଦଘାଟନ ହୋଇଯାଇଛି।ଉକ୍ତ ଉଦଘାଟନ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସରୋଜ କାନ୍ତ ମହାନ୍ତି,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାଃ ନିକୁଞ୍ଜ କିଶୋର ମହନ୍ତ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଜୟନ୍ତୀ ବେହେରା,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ।

Leave A Reply

Your email address will not be published.