ପ୍ରଶାସକଙ୍କ ଅହଂକାର | 

0

 

ଶନିବାର ରାତିରେ ମହାରାଜା ପ୍ରବୀଣଙ୍କ ବାସଭବନରେ ଅତିଥି ହୋଇଥିଲେ ଉପବାଚସ୍ପତି ସାନନ୍ଦ ମାରାଣ୍ଡି  । ସେଠାରେ ଉପସ୍ଥିତ ରହିଥିବା ମୟୁରଭଞ୍ଜ ଜିଲ୍ଲାପାଳଙ୍କ ସମେତ କେତେକ ପ୍ରଶାସନିକ ଅଧିକାରୀମାନଙ୍କ ଦ୍ୱାରା ସାମ୍ବିଧାନିକ ବିଧିବ୍ୟବସ୍ଥାକୁ ଅଣଦେଖା କଲାଭଳି ଲାଗିଲା |

ଶନିବାର ରାଜମାତାଙ୍କ ଜନ୍ମ ଦିବସ ପାଳନ ଅବସରରେ ମହାରାଜାଙ୍କ ଅତିଥି ହୋଇଥିଲେ ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି ମହୋଦୟ । ରାଜବାଟୀରେ  ଆୟୋଜିତ ଛାଉନୃତ୍ୟ ଦେଖୁଥିଲେ ଅତିଥିମାନେ । ଆଗ ଧାଡିରେ ବସିଥିଲେ ରାଜମାତା, ମହାରାଜା, ଜିଲ୍ଲାପାଳ, ଅତ୍ତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ମଙ୍ଗଳ ଅଧିକାରୀ, ଆଇଏଏସ ପ୍ରବେସନର ପ୍ରମୁଖ ପ୍ରଶାସନିକ ଅଧିକାରୀ । ଏହି ସମୟରେ ଉପବାଚସ୍ପତି ପ୍ରଶାସନିକ ଅଧିକାରୀମାନଙ୍କ ସମ୍ମୁଖ ଦେଇ  ରାଜମାତାଙ୍କୁ ସାକ୍ଷାତ କରି ମହାରାଜାଙ୍କ ସହିତ ଫେରି ଆସିଥିଲେ ମଧ୍ୟ ଚେୟାରରେ ବସିଥିବା ଅଧୀକାରୀମାନେ ଉପବାଚସ୍ପତିଙ୍କୁ ନ ଦେଖିବା ଭଳି ବସି ରହିଥିଲେ । ଏହିସମୟରେ ପଛ ଧାଡିରେ ବସିଥିବା ଗଣମାଧ୍ୟମର ପ୍ରତିନିଧି ଉପବଚସ୍ପତିଙ୍କୁ ସମ୍ମାନ ଜଣାଇ ଆସନ ତ୍ୟାଗ କରି ବସିବାକୁ ଅନୁରୋଧ କରିଥିଲେ ।

Leave A Reply

Your email address will not be published.