ଏକ୍ସପାରୀ ସାଲାଇନ୍ ଦେବା ଘଟଣା, ୩ ଜଣ ନର୍ସଙ୍କୁ ବଦଳି

0

 

ବଲାଙ୍ଗୀରରୁ ନିରୋଜ ମିଶ୍ର : ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁରୋଗୀଙ୍କୁ ଏକ୍ସପାରୀ ସାଲାଇନ୍ ଦେବା ଘଟଣାରେ ୩ ଜଣ ନର୍ସଙ୍କୁ ସିଡିଏମଓ   ବଦଳି କରିଛନ୍ତି। ପ୍ରାଥମିକ ତଦନ୍ତ ପରେ ୩ ଜଣ ନର୍ସଙ୍କୁ ବଦଳି କରାଯାଇଥିବା କୁହାଯାଇଛି |

ଗତ ୧୪ ତାରିଖ ରାତିରେ ଶିଶୁ ବିଭାଗ ଓ୍ୱାର୍ଡର କିଛି ଶିଶୁ ରୋଗୀଙ୍କୁ ଏକ୍ସପାରୀ ସାଲାଇନ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ବଲାଙ୍ଗିର ଗାନ୍ଧିନଗରପଡ଼ାର ଅଚ୍ୟୁତାନନ୍ଦ ସ୍ୱାଇଁ ନିଜ ଝିଅକୁ ଜ୍ୱର ହେଉଥିବାରୁ ଶିଶୁ ଓ୍ୱାର୍ଡରେ ଭର୍ତ୍ତି କରିଥିଲେ। ତାଙ୍କ ଝିଅଙ୍କୁ ସାଲାଇନ ଲଗାଯାଇଥିଲା। ତେବେ ଅଚ୍ୟୁତାନନ୍ଦ ସାଲାଇନ ବୋତଲର ଏକ୍ସପାୟରୀ ଡେଟ୍‌ ଦେଖିବାରୁ ଜଣାପଡ଼ିଥିଲା ଯେ ତାହା ନଭେମ୍ବର ୨୦୧୭ରୁ ଏକ୍ସପାୟରୀ ହୋଇଛି। ଏହା ପରେ ଅନ୍ୟ ରୋଗୀମାନଙ୍କର ସାଲାଇନ ବୋତଲ ଦେଖିବାରୁ ଆଉ ଅନ୍ୟ ତିନିଟି ଶିଶୁ ରୋଗୀଙ୍କୁ ଏକ୍ସପାୟରୀ ସାଲାଇନ ଦିଆଯାଉଥିବା ଜଣାପଡିଥିଲା। ସଙ୍ଗେ ସଙ୍ଗେ ଏ ସମ୍ପର୍କରେ ଦାୟିତ୍ୱରେ ଥିବା ଡାକ୍ତରଙ୍କୁ କହିବାରୁ ସେ ପରୀକ୍ଷା କରି ସାଲାଇନ ଗୁଡିକୁ ହଟାଇଥିଲେ। ଏନେଇ ଖବର ପାଇ କର୍ମଚାରୀମାନେ ଷ୍ଟୋର ରୁମକୁ ତାଲା ପକାଇ ଦେଇଥିଲେ। ଏନେଇ ରୋଗୀଙ୍କ ସଂର୍ପକୀୟଙ୍କ ଭିତରେ ଅସନ୍ତୋଷ ଦେଖାଦେଇଥିଲା। ଯାହାପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ସିଡିଏମଓ ଦେଇଥିଲେ ।

 

Leave A Reply

Your email address will not be published.