ବରଗଡ :- ପଶ୍ଚିମ ଓଡ଼ିଶାର ପବିତ୍ର ଓ ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁ ମନ୍ଦିରରେ ଆଜି ମହାପ୍ରଭୁଙ୍କ ନାବାନ୍ନ ନୀତି ପାଇଁ ଲଗ୍ନ ଧାର୍ଯ୍ୟ କରାଯାଇଛି । ଆସନ୍ତା ସେପ୍ଟେମ୍ବର 3 ତାରିଖ ଦିନ 10 ଟା 55 ମିନିଟ ରୁ 11 ତା 11 ମଧ୍ୟରେ ମହାପ୍ରଭୁ ଙ୍କୁ ନବାନ୍ନ ଅର୍ପଣ ନୀତି ଅନୁଷ୍ଟିତ ହେବ । ଏହି କ୍ରମରେ ମହାପ୍ରଭୁ ଙ୍କୁ ନବାନ୍ନ ଅର୍ପଣ ହେଲା ପରେ ଉପସ୍ଥିତ ସମସ୍ତ ଭକ୍ତ ଓ ତୀର୍ଥ ଯାତ୍ରୀ ଙ୍କର ମଧ୍ୟରେ ନବାନ୍ନ ବଣ୍ଟନ କରାଯିବ ।
http://www.youtube.com/watch?v=KAgGslYagD8
ଆଜି ମନ୍ଦିରର କୁଳ ପୁରୋହିତ ସୁନୀଲ କୁମାର ପୁରୋହିତ , ନରସିଂହ ହୋତା , ସୁଜ୍ଞାନତ ତ୍ରିପାଠୀ , ମନମିତ ପୁରୋହିତ , ଆଜାଦ ମାଝୀ , ପପୁନ ପାଣିଗ୍ରାହୀ ପ୍ରମୁଖ ଏହି ନୀତି ନିର୍ଘଣ୍ଟ ପ୍ରସ୍ତୁତ କରିଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ସୂଚନା ଦେଇଛନ୍ତି ।