ବରଗଡ଼ ସାମ୍ବାଦିକ ସଂଘ ପକ୍ଷରୁ ନବ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

0

ବରଗଡ :- ବରଗଡ଼ ସାମ୍ବାଦିକ ସଂଘ ପକ୍ଷରୁ ନବ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆଗାମୀ ସେପଟେମ୍ବର ୧ ତାରିଖ ସନ୍ଧ୍ୟା ୬ଟାରେ ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲଠାରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂହ, ଜିଲ୍ଳା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଏବଂ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା ଯୋଗଦେବେ । ବରଗଡ଼ ଜିଲ୍ଳାର ବିଭିନ୍ନ ନିର୍ବାଚନୀ ମଣ୍ଡଳୀରେ ରହିଥିବା ସମସ୍ୟା ଏବଂ ଆଗାମୀ ପାଂଚ ବର୍ଷ ମଧ୍ୟରେ ସେହି ସବୁ ସମସ୍ୟାର ସମାଧାନ ପାଇଁ ପ୍ରସ୍ତାବ ଜନ ସାଧାରଣ ତଥା ବିଭିନ୍ନ ସଂଙ୍ଗଠନ, ବୁଦ୍ଧିଜୀବୀଙ୍କଠାରୁ ନିଆଯାଇ ନବନିର୍ବାଚିତ ଜନ ପ୍ରତିନିଧି ଆଗରେ ଉପସ୍ଥାପନ କରାଯିବ । ଏଥିସହିତ ଆଗାମୀ ପାଞ୍ଚବର୍ଷ ପାଇଁ ନିର୍ବାଚିତ ହୋଇଥିବା ଲୋକ ପ୍ରତିନିଧିଗଣ ସେମାନଙ୍କ ଉତ୍ତରଦାୟିତ୍ୱ ଜନସାଧାରଣଙ୍କ ସାମ୍ନାରେ ଜଣାଇବେ । ସଂଘର ସଭାପତି ଶଙ୍କର ବଲ୍ଲଭ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଉପସଭାପତି ଉମେଶ ଚନ୍ଦ୍ର ବିଶ୍ୱାଳ, ସଂପାଦକ ରବି ନାରାୟଣ ପଣ୍ଡା, ସହ ସଂପାଦକ ରମଣି ରଞ୍ଜନ ବେହେରା, ବରିଷ୍ଠ ସଦସ୍ୟ ପ୍ରସନ୍ନ ମିଶ୍ର, ଅଶ୍ୱିନୀ ଦର୍ଜି, ସୁରେନ୍ଦ୍ର ହୋତା, ଦିପକ ଶର୍ମା, ବିରେନ ପ୍ରଧାନ, ଅଶୋକ ମିଶ୍ର, ବ୍ୟୋମକେଶ କର, ରାଜେଶ ସରାଫ, ଲଲାଟେନ୍ଦୁ ଦାଶ, ପ୍ରେମାନନ୍ଦ ଖମାରୀ, ବଦ୍ରି ପ୍ରସାଦ ସାହୁ, ଧ୍ରୁବ କର୍ମୀ, ବିକି ମଟାରୀ, ମହେନ୍ଦ୍ର ସାହୁ, ଜିଭି ରାଓ, ଅଞ୍ଜନ ପ୍ରଧାନ, ପ୍ରବୀଣ ସାହୁ , ସଚି ପାତ୍ର, ସୁଦାମ ଭୋଇ, ପ୍ରଭାତ ତ୍ରିପାଠୀ, ପ୍ରଦୀପ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଦଳମତ ନିର୍ବିଶେଷରେ ସଙ୍ଗଠନ ଏବଂ ବ୍ୟକ୍ତିବିଶେଷ ଯୋଗଦେବାପାଇଁ ସଂଘର ସଭାପତି ଶ୍ରୀ ମିଶ୍ର ଅନୁରୋଧ କରିଛନ୍ତି       

Leave A Reply

Your email address will not be published.