ଭଦ୍ରକ ଜିଲ୍ଲା ଯାଦବ ମହାସଭା ଓ ଜିଲ୍ଲା ଯୁବ-ଯାଦବ ମହାସଭା ପକ୍ଷରୁ ନନ୍ଦ ଉତ୍ସବ

0 2

ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ) : ଭଦ୍ରକ ଜିଲ୍ଲା ଯାଦବ ମହାସଭା ଓ ଜିଲ୍ଲା ଯୁବ ଯାଦବ ସଂଗଠନ ତରଫରୁ ଭଦ୍ରକ ଚୁନିଦା ବଜାର ସ୍ଥିତ ଜିଲ୍ଲା ଯାଦବ ଭବନ ଠାରେ ଦୁଇଦିନ ବ୍ୟାପୀ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ପାଳିତ ହୋଇଯାଇଅଛି । ଆଜି ଦ୍ୱିତୀୟ ଦିବସରେ ନନ୍ଦଉତ୍ସବ ମହାସମାରୋହରେ ପାଳନ ହୋଇଯାଇଅଛି । ଜିଲ୍ଲା ସଭାପତି ସୁବାଷ ଚନ୍ଦ୍ର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ଏହି ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଜିଲ୍ଳାପରିଷଦ ସଦସ୍ୟ ବିପ୍ଳବୀ ଚକ୍ରଧର ଧିରେନ୍ଦ୍ର ବେହେରା ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଓ ଯାଦବ ମାନଙ୍କର ସଂସ୍କୃତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ  । ସମ୍ମାନିତ ଅତିଥି ଭାବେ ଜିଲ୍ଲା ଯୁବ ଯାଦବ ମହାସଭାର କାଯ୍ୟକାରୀ ସଭାପତି ପ୍ରକାଶ ଜ୍ୟେତି ମହାକୁଡ଼, ଯୁବ ଯାଦବଙ୍କ ଉଦେ୍ଧଶ୍ୟରେ ବକ୍ତବ୍ୟରେ ସାମାଜିକ, ରାଜନୈତିକ ଓ ସାଂସ୍କୃତିକ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଯୁବକମାନଙ୍କର ସଂପୃକ୍ତିର ଆବଶ୍ୟକତା ରହିଛି ବୋଲି କହିଥିଲେ  । ସମ୍ମାନିତ ଅତିଥି ଭାବେ ଭଦ୍ରକ ଜିଲ୍ଲା ଯାଦବ ମହାସଭାର ମୁଖ୍ୟ ଉପଦେଷ୍ଟା ତଥା ପୂର୍ବତନ ସଭାପତି ଆଇନଜିବୀ ଅମର ବାରିକ୍, ଅଧ୍ୟାପକ ବିଜୟ ପରିଡ଼ା, ଭଣ୍ଡାରିପୋଖରୀ ବ୍ଲକ ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ପୂର୍ବତନ ଜିଲ୍ଲା ଯୁବଯାଦବ ସଭାପତି ରାଜୀବ ଦାସ, ଆଇନଜିବୀ କାହ୍ନୁଚରଣ ବାରିକ୍,ଯୁବ ଯାଦବ ଉପସଭାପତି ଲିପିକା ବାରିକ୍, ସାଧାରଣ ସମ୍ପାଦକ ଶେଷଦେବ ପରିଡ଼ା, ପ୍ରଦୀପ ବାରିକ୍, ପୁରୁଷୋତ୍ତମ ବାରିକ୍, ଚାନ୍ଦବାଲିର ବ୍ରଜିକଶୋର ବାରିକ୍, ରବୀନ୍ଦ୍ର ପରିଡ଼ା ପ୍ରମୁଖ ତାଙ୍କ ବକ୍ତବ୍ୟରେ ଯାଦବ ଓ ଶ୍ରୀକୃଷ୍ଣଙ୍କ ସମାଜ ସଂସ୍କାର ଓ ଆଜିର ସମାଜରେ ତା’ର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ  । ମୁଖ୍ୟ ବକ୍ତା ଭାବେ ଅଧ୍ୟାପିକା ଭାନୁମତି ମାଟିଆ ମହାପ୍ରଭୁ ଶ୍ରୀକୃଷ୍ଣ ଧରାଧାମରେ ଧର୍ମ ସଂସ୍ଥାପନା ନିମିତ୍ତ ନେଇଥିବା ପଦକ୍ଷେପ ଓ ଆଜିର ସମାଜକୁ ତାଙ୍କର ସନେ୍ଦଶ ସମ୍ପର୍କରେ ତର୍ଜମା କରିଥିଲେ  । ଏହି ଅବସରରେ ମହାସଭା ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା  । ମଦନ ମୋହନ ସରସ୍ୱତୀ ଶିଶୁବିଦ୍ୟାବିହାର ଓ ଅନ୍ୟାନ୍ୟ ସ୍ଥାନୀୟ ସ୍କୁଲର ଛାତ୍ରଛାତ୍ରୀ ମାନେ ଭଗବାନ ଶ୍ରୀକୃଷ୍ଣଙ୍କ ଉପରେ ସୁନ୍ଦର ନୃତ୍ୟକଳା ପ୍ରଦର୍ଶନ କରିଥିଲେ  । ଶେଷରେ ମହାସଭା ତରଫରୁ ପିଲାମାନଙ୍କୁ ପୁରସ୍କୃତ କରାଯାଇ ଥିଲା  । ସଂଗଠନର ସନାତନ ମହାକୁଡ଼, ମୋହନ ଦାସ, ବୀରେନ୍ଦ୍ର ପରିଡ଼ା, ରାଜେନ୍ଦ୍ର ଦାସ, ଗଣେଶ ବାରିକ୍, କୃଷ୍ଣ ବେହେରା, ବାଦଲ ଦାସ ପ୍ରମୁଖଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ସାମ୍ବତ୍ସରୀକ  ଉତ୍ସବ  ଆନନ୍ଦ ଉଲ୍ଲାସରେ ପାଳିତ ହୋଇଥିବା ବେଳେ ସଭାର ଶେଷରେ ଜିଲ୍ଲା ଯାଦବ ମହାସଭାର ଉପସଭାପତି ଆଇନଜିବୀ ମନୋଜ ପାଣ୍ଡବ ଧନ୍ୟବାଦ ଅର୍ପଣ କରିଥିଲେ  ।

Leave A Reply

Your email address will not be published.