କାମକୁ ଆସିଲେନି ବନ୍ଧୁ ବର୍ଗ….କୁଆଡେ ଗଲା ବନ୍ଧୁମାନଙ୍କ ମଣିଷପଣିଆ

0 2

   ଅସହାୟ ବୃଦ୍ଧଙ୍କ ଶବ ସକ୍ରାର ପାଇଁ ଆଗେଇ ଆସିଲେ ଯୁବ ଗୋଷ୍ଠୀ 

ମେଲଛାମୁଣ୍ଡା(ମନୋଜ ଭୋଇ)- ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ସନିମାଲ ଗ୍ରାମରେ ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି । ଗ୍ରାମର ଜଣେ ଅସହାୟ ବୃଦ୍ଧା ଡୋଲାମଣି ବରିହାଙ୍କ ଶୁକ୍ରବାର ଦିନ ମୃତ୍ୟୁ ହୋଇଥିଲା । ଶବଟି ଦିର୍ଘ ୫ଘଂଟା ପର୍ଯ୍ୟନ୍ତ ଘରେ ପଡି ରହିଥିଲା । ବନ୍ଧୁ ବର୍ଗ କେହି ଶବ ସକ୍ରାର ପାଇଁ ଆସି ନ ଥିଲେ । ସେହି ସମୟରେ ଦେବଦୁତ ଭଳି ଗ୍ରାମର ଯୁବ ଗୋଷ୍ଠୀ  ଏବଂ ଯୁବ ବାହିନୀ ମାଡି ଆସି ବୃଦ୍ଧଙ୍କ ଶବକୁ ହିନ୍ଦୁ ରିତି ନିତି ଅନୁସାରେ ଚାରି କାନ୍ଧ ଦେବା ସହ ଗାଁ ମଶାଣିକୁ ବୋହି ନେଇ ଶବ ସକ୍ରାର କରିଥିଲେ । ଯୁବ ଗୋଷ୍ଠୀ ର କାମକୁ ଅଂଚଳରେ ବେଶ ପ୍ରଶଂସା କରାଯାଇଥିଲା । ଏହି ପ୍ରଶଂସନୀୟ କାମରେ ପୂର୍ବତନ ଗ୍ରାମ୍ୟ କମିଟି ସଭାପତୀ କ୍ଷିରେଶ୍ୱର ସାହୁ, ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦର ଜିଲ୍ଳା ସହ ସଂଯୋଜକ ରୁପେଶ କୁମାର ଦାଶ, ସମାଜସେବୀ ଅପୁ ଦାଶ, ରଶ୍ମିରଂଜନ ପଧାନ, ଅମିଲ, ରମଣୀ, ବାଦଳ, ଅରକ୍ଷିତ, ଅମିତ, ସୁନିଲ, ଭୁସକା ପ୍ରମୁଖ ବ୍ୟକ୍ତି ବିଶେଷ ଉପସ୍ଥିତଥିଲେ । ପ୍ରକାଶ ଯୋଗ୍ୟ ଯେ ସନିମାଲ ଗ୍ରାମରେ ଡୋଲାମଣି ବରିହା ନାମକ ୭୯ବର୍ଷିୟ ବୃଦ୍ଧ ତାଙ୍କର ମାନସିକ ଅନଗ୍ରସର ପୁଅ ମନୋଜ  ବରିହା ସହ ଜୀବନ ଅତିବାହିତ କରୁଥିଲେ । ଏହି ପରିଣତ ବୟସରେ ମଧ୍ୟ ବୃଦ୍ଧ ଜଣକ ଯଥାସାଧ୍ୟ ନିଜର ମାନସିକ ଅନଗ୍ରସର ପିଳାର ଭୋରଣ ପୋଷଣ କରୁଥିଲେ । ବୃଦ୍ଧା ଜଣକ ଆର ପରିକୁ ଚାଲିଗଲା ପରେ ମନୋଜ ଏକା ହୋଇଯାଇଛି । ତାକୁ ଏବେ କିଏ ଦେଖା ଶୁଣା କରିବ ତାହା ଅଂଚଳବାସୀଙ୍କ ମନରେ ଏକ ବଡ ପ୍ରଶ୍ନ ପାଳଟିଛି । ଅସହାୟ ମନୋଜ ବରିହା ପାଇଁ  ପ୍ରଶାସନ ଆଗେଇ ଆସୁ ବୋଲି ବୁଦ୍ଧିଜୀବି ମହଳରେ ଦାବୀ ହେଉଛି । 

 

 

 

 

 

 

 

Leave A Reply

Your email address will not be published.