ଯାଞ୍ଚ ସାରିଲାଣି ୩୬.୮୮ ଲକ୍ଷ, ଚିହ୍ନଟ ହେଲେଣି ୨.୬୬ ଲକ୍ଷ ଅଯୋଗ୍ୟ ‘କାଳିଆ’ ହିତାଧିକାରୀ

0 2

ରାଜ୍ୟରେ ୨ ଲକ୍ଷ ୬୬ ହଜାର ଅଯୋଗ୍ୟ ‘କାଳିଆ’ ହିତାଧିକାରୀ ଚିହ୍ନଟ ହୋଇ ସାରିଲେଣି। ଆସନ୍ତା ୨୭ ତାରିଖ ସୁଦ୍ଧା ପଞ୍ଚାୟତ ସ୍ତରରେ, ୩୧ ତାରିଖ ବ୍ଳକ୍‌ ଓ ଜିଲ୍ଲା ସ୍ତରର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ କାମ ସରିବ। ରାଜ୍ୟରେ ସମୁଦାୟ ୫୧ ଲକ୍ଷ ଚାଷୀଙ୍କୁ ‘କାଳିଆ’ ଯୋଜନାରେ ସାମିଲ କରାଯାଇଥିବା ବେଳେ ସେଥିମଧ୍ୟରୁ ୩୬ ଲକ୍ଷ ୮୮ ହଜାର ଚାଷୀଙ୍କ ଯାଞ୍ଚ ସରିଛି। ଚୂଡ଼ାନ୍ତ ଚିହ୍ନଟ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନେଇ ନିଷ୍ପତ୍ତି ନିଆଯିବ। ଏହି ସୂଚନା ଦେଇଛନ୍ତି ବୋଲି କୃଷି ମନ୍ତ୍ରୀ ଅରୁଣ ସାହୁ।

ଗୁରୁବାର ଅନୁଷ୍ଠିତ ‘କାଳିଆ’ ସମୀକ୍ଷା ବୈଠକ ପରେ ସେ କହିଛନ୍ତି ଯୋଗ୍ୟ ହିତାଧିକାରୀ ଯେମିତି ‘କାଳିଆ’ରୁ ବାଦ୍‌ ନପଡ଼ନ୍ତି ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଉଛି। ଯଦି କୌଣସି କାରଣରୁ ଯୋଗ୍ୟ ହିତାଧିକାରୀ ବାଦ୍‌ ପଡ଼ିଥାନ୍ତି ସେମାନଙ୍କୁ ପରବର୍ତ୍ତୀ ସମୟରେ ସାମିଲ କରିବାକୁ ନୋଡାଲ୍‌ ଅଫିସରମାନଙ୍କୁ କୁହାଯାଇଛି। ସବୁ ଡାଟା ଆସିବା ପରେ ତର୍ଜମା କରାଯାଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।”

Leave A Reply

Your email address will not be published.