ପଦ୍ମପୁର/ଶାସକପ୍ରଶାସକ- ବରଗଡ ଜିଲ୍ଲା ପଦ୍ମପୁରଠାରେ ଆଜି ଏକ ମାଗଣା କେନ୍ସର ରୋଗ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଲାଲବାହାଦୁର ଶାସ୍ତ୍ରୀ ଧର୍ମଶାଳାଠାରେ ଏହା ଆୟୋଜିତ ହୋଇଥିବା ବେଲେ ପଦ୍ମପୁର ମାରୱାଡି ୟୁବା ମଂଚ ଓ ମହିଳା ଶାଖା ଜାଗୃତିର ମିଳିତ ଆନୁକୁଲ୍ୟରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ଶତାଧିକ ରୋଗୀ ମାଗଣାରେ କେନ୍ସର ରୋଗ ଚିହ୍ନଟ ପ୍ରକ୍ରିୟାରେ ସାମିଲ ହୋଇଥିଲେ । ଓଡିଶାର ବରଗଡ ଜିଲ୍ଲାରେ କେନ୍ସର ରୋଗୀଙ୍କ ସଂଖ୍ୟା ସର୍ବାଧିକ ରହିଛି । ଏହି କାରଣରୁ ପଦ୍ମପୁର ଭଳି ଏକ ଛୋଟ ସହରରେ ଅତ୍ୟାଧୁନିକ ଯନ୍ତ୍ରପାତି ସାହାଯ୍ୟରେ ମାଗଣାରେ କେନ୍ସର ଚିହ୍ନଟ ଶିବିର କରାଯାଇଥିବାରୁ ଅଂଚଳର ବହୁ ଲୋକ ଏଥିରୁ ଲାଭବାନ ହୋଇ ପାରିଥିଲେ ଏବଂ ମାରୱାଡି ୟୁବା ମଂଚର ଏଭଳି ପ୍ରୟାସକୁ ସହହର ସବୁ ମହଳରେ ପ୍ରଶଂସା କରାଯାଇଛି । ଏହି କାର୍ଯ୍ୟକ୍ରମକୁ ମାରୱାଡି ୟୁବାମଂଚ ତଥା ଜାଗୃତି ଶାଖାର ସମସ୍ତ ସଦସ୍ୟ ସଦସ୍ୟା ପରିଚାଳନାରେ ସହଯୋଗ କରିଥିଲେ ।