ଭାଙ୍ଗିଲା କେନାଲ ହୁଡ଼ା, ଚାଷଜମି ଜଳମଗ୍ନ 

0 2

ଜୁନାଗଡ/ ଆଦିତ୍ୟ ମହାନ୍ତି : ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମୁଣ୍ଡରାଗୁଡା ପଞ୍ଚାୟତର ପାଣ୍ଡରାପଲା ଠାରେ ଥିବା ଇନ୍ଦ୍ରାବତୀ ଡାହାଣ ମୁଖ୍ୟ କେନାଲରେ ଘାଇ । ହୁଡା ଭାଙ୍ଗି ଯିବା ଫଳରେ ପାଣି ମାଡି ଆସିଛି । କେନାଲ ସଂଲଗ୍ନ ଅନେକ ବିଲ ଜଳମଗ୍ନ । ରୁଆ ହୋଇଥିବା ଏକର ଏକର ଚାଷ ଜମିରେ ପାଣି ମାଡି ଯିବା ଫଳରେ ଫସଲ ନଷ୍ଟ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।

ସୂଚନା ମୁତାବକ ଡାହାଣ କେନାଲ ଭାଙ୍ଗି ଯିବାରୁ ତଳମୁଣ୍ଡକୁ ପାଣି ନଯିବା ପାଇଁ ଖସିଗୁଡା ଠାରେ ଥିବା ସିଆର୍‌ ଗେଟକୁ ବନ୍ଦ କରି ଦିଆଯାଇଛି ଏବଂ ଦାସିଗାଁ ଏଚକେଏଫ୍‌ରେ ପାଣି ଛଡାଯାଇଛି ।ଭାଙ୍ଗିଯାଇଥିବା କେନାଲର ଉପର ମୁଣ୍ଡରେ ମଧ୍ୟ ପାଣି ବନ୍ଦ କରି ଦିଆଯାଇଛି । କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ପ୍ରଶାସନ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବା ସହ ତୁରନ୍ତ କେନାଲ ମରାମତି ପାଇଁ ଦାବି ହୋଇଛି

Leave A Reply

Your email address will not be published.