“ଭଞ୍ଜମାଟିର ଯୁବପିଢ଼ୀମାନଙ୍କ ନିମନ୍ତେ ବିତନୁ ଏକ ଆଦର୍ଶ”

0 1

ବାରିପଦା(ଦିଲ୍ଲୀପ ମହାନ୍ତି )- ଭଞ୍ଜମାଟିର ଯୁବପିଢ଼ୀମାନଙ୍କ ନିମନ୍ତେ ବିତନୁ ନାୟକ ଏକ ଆଦର୍ଶ ହୋଇ ରହିବେ ବୋଲି ସ୍ଥାନୀୟ ରୋଟାରୀ କ୍ଲବ ସଭାଗୃହରେ ମୟୂରଭଞ୍ଜ ପୁସ୍ତକ ମେଳାର ସଭାପତି ପଦ୍ମନାଭ ସାହୁଙ୍କ ପୌରହିତ୍ୟରେ ଆୟୋଜିତ ମୟୂରଭଞ୍ଜର ସଂଗ୍ରାମୀ ଯୁବକ ତଥା ଭଞ୍ଜଦୂତ ପତ୍ରିକାର ପୂର୍ବତନ ସମ୍ପାଦକ ସ୍ୱର୍ଗତଃ ବିତନୁ ନାୟକଙ୍କ ୧୪ତମ ଶ୍ରାଦ୍ଧ ଦିବସରେ ସୁବର୍ଣ୍ଣଶ୍ରୀର ସମ୍ପାଦକ ତଥା ପ୍ରକାଶକ କାଳିପଦ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମତବକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ସମାଲୋଚକ ଭାବେ ପୁରୁଣା ବାରିପଦାସ୍ଥିତ ଅଞ୍ଚଳିକ ମହାବିଦ୍ୟାଳୟର ଇଂରାଜୀ ବିଭାଗ ଅଧ୍ୟାପକ ଲିଙ୍ଗରାଜ ନାୟକ ଓ ସମ୍ମାନୀତ ଆଲୋଚକ ଭାବେ ବିତନୁ ନାୟକଙ୍କ ବାଲ୍ୟ ବନ୍ଧୁ ଯତୀନ ନାୟକ ପ୍ରମୁଖ ଯୋଗ ଦେଇଥିଲେ ।  ସେହିପରି ଆଇନଜୀବୀ କାବେରୀ ମିଶ୍ରଙ୍କ ଆବାହକତ୍ୱ ଏବଂ କବୟତ୍ରୀ ବିଷ୍ଣୁପ୍ରିୟା ମଲ୍ଲିକ, ଗୋପାଳ ସାଓଙ୍କ ସଂଯୋଜନାରେ  ଅନୁଷ୍ଠିତ କବିତା ପାଠ କାର୍ଯ୍ୟକ୍ରମରେ କବିମାନେ ଯୋଗ ଦେଇ ସ୍ୱର୍ଗତ ବିତନୁଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏହି ଅବସରରେ ଜାତୀୟ ଯୁବ ପୁରସ୍କାର ପ୍ରାପ୍ତ ଭଞ୍ଜମାଟିର ଯୁବ ପ୍ରତିଭା ସୁବ୍ରତ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।  କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିତନୁଙ୍କ ସ୍ମୃତି ଉଦେ୍ଧଶ୍ୟରେ ଏକ ପୁସ୍ତକ    ‘ଯୁବ ବିପ୍ଳବୀ ଭଞ୍ଜଦୂତ ବିତନୁ’ ଲୋକାର୍ପିତ ହୋଇଥିଲା । କାର୍ଯ୍ୟକ୍ରମକୁ ଡ଼ଃ. ଶଶୀଧର ବିଶ୍ୱାଳ, ହୀରାମଣି ଦଳେଇ, ଡ଼ଃ. ସୁମନପ୍ରଭା ନାୟକ, ଅମିତାଭ ମିଶ୍ର, ଡ଼ଃ. ଦୀପଙ୍କର ମିଶ୍ର ପ୍ରମୁଖ ପରିଚାଳନା କରିଥିବା ସମୟରେ ବିତନୁ ନ୍ୟାସର ସଦସ୍ୟ ଇଂ. ମନୋଜ ଦଳବେହେରା ଧନ୍ୟବାପ ପ୍ରଦାନ କରିଥିଲେ । 

 

Leave A Reply

Your email address will not be published.