ଜିଲ୍ଲାସ୍ତରୀୟ ସ୍କାଉଟ ମାଷ୍ଟର,  ଗାଇଡ଼ କ୍ୟାପଟେନ ଓ ଜୁନିୟର ରେଡ଼କ୍ରସ କାଉନସିଲର ବାର୍ଷିକ ସମ୍ମିଳନୀ

0 1

 ବାରିପଦା(ଦିଲ୍ଲୀପ ମହାନ୍ତି )- ଅଗଷ୍ଟ ୨୦ ସୋମବାର ବାରିପଦାସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ସ୍କାଉଟ ମାଷ୍ଟର,  ଗାଇଡ଼ କ୍ୟାପଟେନ ଓ ଜୁନିୟର ରେଡ଼କ୍ରସ କାଉନସିଲର ବାର୍ଷିକ ସମ୍ମିଳନୀ ୨୦୧୯-୨୦ ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରା ମାର୍ଗଦର୍ଶନ ଏବଂ  ଜିଲ୍ଲା ଶାରିରୀକ ଶିକ୍ଷା ନୀରିକ୍ଷକ ତଥା ସ୍କାଉଟ ଗାଇଡ଼ ଓ ଜୁନିୟର ରେଡ଼କ୍ରସର ଜିଲ୍ଲା ସମ୍ପାଦକ ଭାଗିରଥୀ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କମିଶନର ଗାଇଡ଼ ତଥା ଏମକେସି ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଡ଼ଃ. ପ୍ରଜ୍ଞା ପରିମିତା ଜେନା, ମୁଖ୍ୟ ବକ୍ତା ଭାବେ ଜିଲ୍ଲା କମିଶନର ସ୍କାଉଟ ତଥା ବଡ଼ଚାଟରା ଡ଼ି କେ ସୀମାନ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୀରୋଦ ଚନ୍ଦ୍ର ମହାନ୍ତ, ବରିଷ୍ଠ  ଅତିଥି ଭାବେ ବିଜ୍ଞାନ ପରିଦର୍ଶକ ଜଗନ୍ନାଥ ସାହୁ, ସମ୍ମାନୀତ ଅତିଥି ଭାବେ ସ୍କାଉଟର ରାଜ୍ୟ ସଦସ୍ୟ ଅଚଳ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ଶାରିରୀକ ଶିକ୍ଷା ନୀରିକ୍ଷକ ଶ୍ରୀମଲ୍ଲିକ ବାର୍ଷିକ ବିବରଣୀ ପାଠ କରିଥିବା ସମୟରେ ଡ଼ଃ. ଶଶୀଧର ବିଶ୍ୱାଳ ଅତିଥି ପରିଚୟ, ମଞ୍ଚ ପରିଚାଳନା ଓ ଧନ୍ୟବାଦ ପ୍ରଦାନ କରିଥିଲେ । ଏଥିରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ସ୍କାଉଟ ମାଷ୍ଟର, ଗାଇଡ଼ କ୍ୟାପଟେନ, ଜେଆରସି, କାଉନସିଲରମାନେ ଯୋଗ ଦେଇଥିଲେ । 

Leave A Reply

Your email address will not be published.