ତାତିଲେ ମହିଳା, ଦଲକି ଦୁଲୁକିଲା 

0

ନିଶାମୁକ୍ତି ଅଭିଯାନରେ ରାଜରାସ୍ତାକୁ ଓହ୍ଲାଇଲେ ଠାକୁରାଣୀ-ଦଲକି ଗ୍ରାମର ମହିଳା

ବଡ଼ବିଲ (ଶାସକ ପ୍ରଶାସକ) :ବଡ଼ବିଲ ମ୍ୟୁନିସିପାଲିଟି ଅନ୍ତର୍ଗତ ଠାକୁରାଣୀ ଓ ଦଲକି ଗ୍ରାମର ମହିଳାମାନେ ଏକାଠି ହୋଇ ନିଶାମୁକ୍ତି ନିମନ୍ତେ ଅଭିଯାନ ଆରମ୍ଭ କରିଛନ୍ତି। ଆଜି ଶତାଧିକ ମହିଳା ନିଶାମୁକ୍ତି ସ୍ଲୋଗାନ ଦେଇ ଠାକୁରାଣୀ ଓ ଦଲକି ଗ୍ରାମ ପରିକ୍ରମା କରିବା ସହ ଅଞ୍ଚଳରେ ଥିବା ପ୍ରାୟ ୧୦ଟି ଦେଶୀ ମଦ ଭାଟି ବନ୍ଦ କରିବାକୁ ଦାବି କରିଥିଲେ। ଏହି ଅଭିଯାନର ନେତୃତ୍ୱ ନେଉଥିବା ଠାକୁରାଣୀ ମହିଳା ସମିତିର ଜୟନ୍ତୀ ବାରିକ କହିଛନ୍ତି ଯେ ଆମେ ଠାକୁରାଣୀ ଅଞ୍ଚଳରେ ଥିବା ମଦ ଭାଟି ସବୁକୁ ତୁରନ୍ତ ବନ୍ଦ କରିବାକୁ ଚେତାବନୀ ଦେଇଛୁ, ନହେଲେ ଆମେ ମଦ ଭାଟି ସବୁକୁ ଭାଙ୍ଗିବାକୁ ବାଧ୍ୟ ହେବୁ। ମଦ ଯୋଗୁଁ ୨ ଓ ୩ ନଂ ୱାର୍ଡର ଅନେକ ଲୋକ ମୃତ୍ୟୁ ମୁଖରେ ପଡିବା ସହ ଅନେକ ପରିବାର ସର୍ବସାନ୍ତ ହୋଇଥିବା ସେ ପ୍ରକାଶ କରିଥିଲେ।

 

Leave A Reply

Your email address will not be published.