ଜିଲ୍ଲାପ୍ରଶାସନ ପକ୍ଷରୁ ଜନଅଭିଯୋଗ ଶୁଣାଣୀ:୬୭ ଅଭିଯୋଗ ଆଗତ

0

ଭଦ୍ରକ(Satyabhusan Swami) : ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଜନଅଭିଯୋଗ ଶୁଣାଣୀ ଶିବିର ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହ ପରିସରରେ ଅନୁଷ୍ଠିତ  ହୋଇଥିଲା । ଜିଲ୍ଲାପାଳ ଜ୍ଞାନ ଦାସଙ୍କ ଅଧ୍ୟକ୍ଷତ୍ୱାରେ ଅନୁଷ୍ଠିତ ଜନଅଭିଯୋଗ ଶୁଣାଣିରେ ଆରକ୍ଷୀ ଅଧିକ୍ଷକ ପଣ୍ଡିତ ରାଜେଶ ଉତ୍ତମ ରାଓ, ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର, ଉପଜିଲ୍ଲାପାଳ ପିତାମ୍ବର ସାମଲ, ଅତିରିକ୍ତ ପ୍ରକଳ୍ପ ନିଦେ୍ର୍ଧଶକ ରାଜେନ୍ଦ୍ର ପଣ୍ଡା, ଭାରପ୍ରାପ୍ତ ଜିଲ୍ଲାଚିକିତ୍ସାଧିକାରୀ ଡା ପ୍ରଦୀପ କୁମାର ଖୁଣ୍ଟିଆ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁଲୋକମାନେ ନିଜ ନିଜର ଅଭିଯୋଗ ଦରଖାସ୍ତକୁ ପଞ୍ଜିକରଣ କରାଯାଇଥିଲା । ମିଳିଥିବା ସୂଚନା ଅନୁଯାଇ ମୋଟ ୬୭ଟି ଦରଖାସ୍ତ ଜିଲ୍ଲାପାଳଙ୍କ ଦୃଷ୍ଟିଆସିଥିଲା । ଆସିଥିବା ଦରଖାସ୍ତଗୁଡିକ ହେଲା ଜମିଜମା ମାମଲା,ଆଇନ୍ ଶୃଙ୍ଖଳା ପରିସ୍ଥିତ, ଆଧାର କାର୍ଡ,ଲେବର କାର୍ଡ,ରେସନ କାର୍ଡ,ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ସାହାର୍ଯ୍ୟ, ରେଡ୍କ୍ରସରୁ ସହାୟତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ଯୋଜନା ପ୍ରମୁଖ ଅଭିଯୋଗକୁ ବିଚାର କରାଯାଇ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ନିକଟକୁ ପଠାଯାଇଥିଲା ।

Leave A Reply

Your email address will not be published.