ସାଧାରଣ ନିର୍ବାଚନ ପରେ ପଦ୍ମପୁର ଏନଏସିରେ ବିଧାୟକଙ୍କ ପ୍ରଥମ ସମୀକ୍ଷା ବୈଠକ।

0

ପଦ୍ମପୁର/ଶାସକପ୍ରଶାସକ- ବରଗଡ଼ ଜିଲ୍ଲା ଅନ୍ତର୍ଗତ ପଦ୍ମପୁର ଏନଏସି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଏଠାକାର ଡ୍ରେନେଜ ବ୍ୟବସ୍ଥା କଥା ନ କହିବା ଭଲ । ସବୁ ଡ୍ରେନ ପଲିଥିନ ଯୋଗୁଁ ଜାମ ହୋଇ ପଡ଼ିଥିବା ବେଳେ ଯେତେ ଅଭିଯୋଗ କଲେ ମଧ୍ୟ ଶୁଣିବାକୁ ଅଫିସରେ କେହି ନାହାନ୍ତି । ଅଳ୍ପ ବର୍ଷାରେ ମଧ୍ୟ ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ନାଲି ପାଣି ସହ ଘରକୁ ପଶୁଛି । ଏହା ସହ ବିଜୁ ଏକ୍ସପ୍ରେସ ପାର୍ଶ୍ୱରେ ମୁଖ୍ୟ ଡ୍ରେନ ନିର୍ମାଣ ନାମରେ ମାଟି ଖୋଲି ଅଧାପନ୍ତରିଆ ଭାବରେ ଛାଡି ଦିଆ ଯାଇଥିବାରୁ ଜନସାଧାରଣଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଆଜି ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା ଏନଏସି କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକର ଆୟୋଜନ କରିଥିଲେ । ଏହି ବୈଠକରେ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରଓ୍ବାନ,କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ସରୋଜିନୀ ପ୍ରସନ୍ନ କୁଳୁ ଓ ଏନଏସିର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଉକ୍ତ ବୈଠକରେ ବିଧାୟକ ଏନଏସି ଅନ୍ତର୍ଗତ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବ ସହିତ ସହରର ପରିମଳ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦେବାକୁ ପରାମର୍ଶ ଦେବା ସହ ଲୋକଙ୍କ ଅଭିଯୋଗ ଗୁଡିକୁ ଗୁରୁତ୍ୱର ସହ ନେଇ ତାର ସମାଧାନ ଦିଗରେ ଯଥାଶୀଘ୍ର ପଦକ୍ଷେପ ନେବାକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ  ।

Leave A Reply

Your email address will not be published.