ଅନନ୍ୟ ପ୍ରତିଭାଧରି ମାନଙ୍କୁ ଜନ୍ମ ଦେଇ  ପାରଳା ମାଟି ଧନ୍ୟ ହୋଇଛି : ମନ୍ତ୍ରୀ ତୁଷାରକାନ୍ତି ବେହେରା  

0

୭୩ ତମ ଜିଲ୍ଲାସ୍ତରୀୟ ସ୍ବାଧିନତା ଦିବସ ପାଳିତ

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିଅମ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ , ଜିଲ୍ଲା ସ୍ତରୀୟ  ସ୍ବାଧିନତା ଦିବସ କାର୍ଯ୍ୟକ୍ରମ ମହାସମାରୋହରେ  ପାଳିତ ହୋଇଯାଇଛି ।

    ଏହି ଉତ୍ସବରେ ରାଜ୍ୟ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ,କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ତୁଷାର କାନ୍ତି  ବେହେରା,  ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।  ମନ୍ତ୍ରୀ ଶ୍ରୀ ବେହେରା , ଜାତୀୟ ପତାକା ଉତ୍ତୋଳନ କରି ୨୬ ଟି ପ୍ୟାରେଡ଼ ଦଳର ପରିଦର୍ଶନ ବା ସହ ସମ୍ମିଳିତ ପ୍ୟାରେଡ଼ର ଅଭିବାଦନ ଗ୍ରହଣ କରିଥିଲେ ।

       ସମବେତ ଜନତାଙ୍କୁ  ଉଦ୍ ବୋଧନ ଦେଇ କହିଥିଲେ ଯେ  ଅଗଷ୍ଟ ୧୫ ତାରିଖ ପ୍ରତ୍ୟେକ ଭାରତୀୟଙ୍କ ପାଈଁ ଏକ ସ୍ମରଣୀୟ ଦିବସ । ଏହା ଆମ ଦେଶ ଓ ଜାତି ପାଈଁ  ଗର୍ବ ଓ ଗୌରବର ପ୍ରତୀକ । ଯେଉଁ ମହାନ ଦେଶଭକ୍ତ ଜାତୀୟ ସଂଗ୍ରାମରେ ସାମିଲ ହୋଇ ନିଜ ଜୀବନକୁ ତିଳ ତିଳ  କରି ଦେଶ ଓ ଜାତି  ଉଦ୍ଦେଶ୍ୟ  ଉତ୍ସର୍ଗ  କରି ଯାଇଛନ୍ତି , ସେହି ମହା ମନିସି ମାନଙ୍କୁ  ମୁଁ ସଂଗ୍ରାମୀ  ଅଭିବାଦନ  ଜଣାଇବା ସହ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥଲେ।

http://www.youtube.com/watch?v=XsBvED0-fqk 

       ଐତ୍ୟହ  ସମ୍ପନ୍ନ ଗଜପତି ୧୯୯୨ ମସିହା ଅକ୍ଟୋବର ୨ ତାରିଖରେ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଥିଲା । ଏ ମାଟିର ସଂଗ୍ରାମୀ ମଣିଷ  ପରାଧୀନତାର ମୁକ୍ତି ପାଈଁ ସ୍ବାଧିନତା ସଂଗ୍ରାମରେ ସାମିଲ ହୋଇ ବ୍ରିଟିଶ ରାଜ ବିରୁଦ୍ଧରେ  ସ୍ୱର ଉତ୍ତୋଳନ କରିଥିଲେ ।  ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନର ଅନ୍ୟତମ ବିଶ୍ବକର୍ମା  ତଥା ଏ ମାଟିର ଦରଦୀ ମଣିଷ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି   ପ୍ରତ୍ୟେକ ଉତ୍କଳୀୟ ମାନଙ୍କ ପ୍ରାତଃ ସ୍ମରଣୀୟ । ରାଜନିତି ଠାରୁ ଆରମ୍ଭ କରି ସମାଜ-ସେବା ଓ କଳା , ସାହିତ୍ୟ  ସଂଗୀତ ଓ ନାଟ୍ୟ ଜଗତର ଅନନ୍ୟ ପ୍ରତିଭାଧରି ମାନଙ୍କୁ ଜନ୍ମ ଦେଇ  ଏ ମାଟି ଧନ୍ୟ ହୋଇଛି ବୋଲି କହି ସେହି ମହା ମନୀସି ମାନଙ୍କ ନାମ ଉଚ୍ଚାରଣ କରି ସେମାନେ ନିଜ କ୍ଷେତ୍ରରେ ଉତ୍କର୍ଷ ପ୍ରଦାନ କରି ଏ ମାଟିକୁ ଗୋୖରବନ୍ବିତ କରି ଯାଇଛନ୍ତି ।

     ତେଣୁ ଆଜିର ଏହି ପବିତ୍ର ଦିବସରେ ସେମାନଙ୍କ ସ୍ମୃତିଚାରଣ କରିବା ଆମର ପରମ କର୍ତ୍ତବ୍ୟ ।  ଏ ମାଟିର ବିରା-ରମଣି ହୀରାମଣି ବିଶୋଇ , ନିଜ ଦିବଙ୍ଗତ ସ୍ବାମୀଙ୍କ ଆନ୍ଦୋଳନକୁ ତୀବ୍ର କରିବା ପାଈଁ ନିଜେ ସେନାପତି’ର ଭୂମିକା ଗ୍ରହଣ କରି ଦୁର୍ଦ୍ଦଶ ଇଂରେଜ ବାହିନୀର ବିରୁଦ୍ଧରେ ତରବାରି ଧରି ଯୁଦ୍ଧ ଭୂମିରେ ଅବତୀର୍ଣ୍ଣ ହୋଇଥିଲେ କହି ଏଥିରେ ସାମିଲ ଥିବା ସମସ୍ତ ସ୍ବାଧିନତା ସଂଗ୍ରାମୀଙ୍କ ତ୍ୟାଗକୁ ଏ ଅବସରରେ ସ୍ମରଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

     ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନେତୃତ୍ୱରେ ଆଜି ଓଡିଶା-ରାଜ୍ୟର ବିକାଶ-ଧାରା ଅବ୍ୟାହତ ରହିଛି । କୃଷି , ଜଳସେଚନ , ଶିକ୍ଷା , ସ୍ବାସ୍ଥ୍ୟସେବା , ଗମନାଗମନ ,ଶିଳ୍ପ , ଦକ୍ଷତା ବିକାଶ ,  ଶକ୍ତି , ସାମାଜିକ ସୁରକ୍ଷା ,କ୍ରୀଡ଼ା , ଆଦିବାସୀ କଲ୍ୟାଣ , ଗ୍ରାମ୍ୟ ଉନ୍ନୟନ ,   ପଞ୍ଚାୟତ  ରାଜ , ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଏଭଳି ପ୍ରତ୍ୟେକ କ୍ଷେତ୍ରରେ ଆମେ ବିକାଶର ନୂତନ ଧାରା ପ୍ରଣୟନ କରି ପାରିଛୁ , ଯାହାକି , ଓଡିଶା ରାଜ୍ୟ ଆଜି ପ୍ରଗତିର ଧାରାରେ ପରିଣତ ହୋଇପାରିଛି ଏବଂ ଆମେ ସଫଳତାର ସୋପାନରେ ପହଞ୍ଚିପାରିଛୁ । ଆଜିର ପବିତ୍ର ଦିବସରେ ଆମେ ଭାରତ ବର୍ଷକୁ ପୃଥିବୀର ଏକ ସର୍ବଶ୍ରେଷ୍ଠ  ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଈଁ ସଂକଳ୍ପ ନେବା ଏବଂ ଆମ ଦେଶକୁ ସମୃଦ୍ଧିଶାଳୀ କରାଇବା ସହ ସମୃଦ୍ଧ ଓଡିଶା ଆମର ସ୍ବପ୍ନ ଏବଂ ସଂକଳ୍ପ ହେବା ଉଚିତ ବୋଲି କହିଥିଲେ ।

   ଏହି ସମାରୋହରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପାଳ ଅନୁପମ ଶାହା , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଙ୍କ ସମେତ ବହୁ ସଂଖ୍ୟାରେ ଜିଲ୍ଲାସ୍ତରୀୟ ଅଧିକାରୀ ଓ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।

   ଆରଆଇ: ଡମ୍ବରୁ ଧର ହନାଗା ପ୍ୟାରେଡ଼ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

      ଏହି ଅବସରରେ  ବିଭିନ୍ନ ଶିକ୍ଷା ଅନୁଷ୍ଠାନର ଛାତ୍ରାଛାତ୍ରୀ  ମାନଙ୍କ ଦ୍ବାରା କୌତୁକ ବେଶ ପୋଷାକ ପ୍ରଦର୍ଶନ ହୋଇଥିବା ବେଳେ ପୁର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ  ପୁରସ୍କାର ଓ ପ୍ରମାଣ ପତ୍ର ଏବଂ ପ୍ୟାରେଡ଼ରେ ଅଂଶଗ୍ରହଣ କରିଥିବା ଶ୍ରେଷ୍ଠ ବିବେଚିତ ଦଳ ମାନଙ୍କୁ ସିଲ୍ଡ଼  ମୁଖ୍ୟ ଅତିଥି  ମନ୍ତ୍ରୀ ଶ୍ରୀ ବେହେରା ପ୍ରଦାନ କରିଥିଲେ ।

 

Leave A Reply

Your email address will not be published.