ସ୍ୱାସ୍ଥ୍ୟ ଓ  ପରିମଳ ମନ୍ତ୍ରୀ”ଙ୍କ ଅନୁରୋଧ ରଖିଲେ ସରପଞ୍ଚ 

0

ଗାଁର ସବୁ ଘରେ ପାଇଖାନା ଆଉ ସବୁ ଛକରେ ଆବର୍ଜନା କୁଣ୍ଡ ନିଶ୍ଚିତ 

ବରଗଡ / ଝାରବନ୍ଧ :-ଗାନ୍ଧୀଙ୍କ 150ତମ ଜନ୍ମବାର୍ଷିକୀ ପୂର୍ବରୁ  ଗାନ୍ଧିଜୀଙ୍କ ସ୍ବପ୍ନ ପୂରଣ କରିବା ଉଦ୍ଦେଶ୍ୟରେ ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ର ତୁମୁରିପାଣି  ଗ୍ରାମକୁ ବାହ୍ୟଶୌଚମୁକ୍ତଗ୍ରାମ ରୂପେ ଗଢି ତୋଳିବାକୁ,  ତୁମୁରିପାଣି  ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର “ସ୍ୱାସ୍ଥ୍ୟ ଓ  ପରିମଳ ମନ୍ତ୍ରୀ” କୁମାରୀ ଅଷ୍ଟମୀ ପଟେଲ ଙ୍କର ନେତୃତ୍ୱରେ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କର ଏକ ପ୍ରତିନିଧି ମଣ୍ଡଳ ଅମଠି ଗ୍ରାମ ପଂଚାୟତ କୁ ଯାଇ  ସରପଞ୍ଚ ଶ୍ରୀମତୀ କଳ୍ପନା ପଣ୍ଡାଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଶ୍ରୀମତୀ ପଣ୍ଡା ଛାତ୍ର ଛାତ୍ରୀ ମାନଙ୍କର ଏହି ଉଚିତ ଦାବିକୁ ଗୁରୁତ୍ୱ ପଂଚାୟତର କାର୍ଯନିର୍ବାହୀ ଅଧିକାରୀଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିବାକୁ ନିର୍ଦେଶ ଦେଇଥିଲେ ।

http://www.youtube.com/watch?v=kAi3KL0HkZA 

ଅମଠି ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ଜେମାବତୀ ମାଝୀ ତିନି ଦିନ ମଧ୍ୟରେ ବିଦ୍ୟାଳୟର ଯୋଉଁ ଛାତ୍ରଛାତ୍ରୀଙ୍କ ଘରେ ପାଇଖାନା ନାହିଁ ତାର ତାଲିକା ପ୍ରସ୍ତୁତ କରି RWSS ବିଭାଗକୁ ଶୌଚାଳୟ ନିର୍ମାଣ ନିମନ୍ତେ ସୁପାରିଶ କରି ଅଗ୍ରାଧିକାର ଭିତ୍ତିରେ ତୁମୁରୁପାଣି ଗ୍ରାମର ସମସ୍ତ ଘରେ ଶୌଚାଳୟ ନିର୍ମାଣ ପାଇଁ ସକ୍ରିୟ ସହଯୋଗ କରିଛନ୍ତି.| ଏହା ଛଡ଼ା ସ୍ୱାସ୍ଥ୍ୟ ଓ ପରିମଳ ମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଗ୍ରାମର ପ୍ରତ୍ୟେକ ଛକ ସ୍ଥାନ ମାନଙ୍କରେ ଆବର୍ଜନା କୁଣ୍ଡ ଆଗାମୀ ଅକ୍ଟୋବର 2 ମହାତ୍ମା ଗାନ୍ଧି ଙ୍କର ଜନ୍ମ ଦିବସ ପୂର୍ବରୁ  ପ୍ରଦାନ କରିବା ପାଇଁ ମଧ୍ୟ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ମିଳିଛି. ଏହି ମହତ ଉଦ୍ଦେଶ୍ୟରେ ସକ୍ରିୟ ସହଯୋଗ କରିଥିବା ପଂଚାୟତର ସମସ୍ତ ଅଧିକାରୀ ଏବଂ ଜନପ୍ରତିନିଧିଙ୍କୁ  ବିଦ୍ୟାଳୟର ଛାତ୍ର ଛାତ୍ରୀ ,ଶିକ୍ଷକ ଙ୍କର ତରଫରୁ ଅନେକ ଅନେକ ସାଧୁବାଦ ଜଣାଇଛନ୍ତି ।

Leave A Reply

Your email address will not be published.