ଗୋପାଳ କୃଷ୍ଣ ପଦ୍ୟାବଳୀ ଓ ଓଡ଼ିଶୀ ସଙ୍ଗୀତ ପ୍ରତିଯୋଗୀତା : କନିଷ୍ଠରେ ସିପ୍ରା ମିଶ୍ର ଓ ବରିଷ୍ଠରେ ସ୍ପନ୍ଦନା ପଣ୍ଡା ପ୍ରଥମ

0 2

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଭକ୍ତି  ସଙ୍ଗୀତ ସଂସଦର  ସଙ୍ଗୀତ ବିଦ୍ୟାଳୟ ପକ୍ଷରୁ ଭକ୍ତକବି ଗୋପାଳକୃଷ୍ଣ ସ୍ମୃତି ଚାରଣ ସଂନ୍ଧ୍ୟା  ସମାରୋହ ପାଳନ କରାଯିବା ଅବସରରେ ଗୋପାଳ କୃଷ୍ଣଙ୍କ ପଦ୍ୟାବଳୀ ଓ ଓଡ଼ିଶୀ କଣ୍ଠ ସଙ୍ଗୀତ ପ୍ରତିଯୋଗିତା  କନିଷ୍ଠ ଓ ବରିଷ୍ଠ ଦୁଇଟି ବିଭାଗ ରେ  ଅନୁଷ୍ଠିତ ହୋଇଯାଇଛି ।

       ଭକ୍ତକବି ଗୋପାଳ କୃଷ୍ଣଙ୍କ ପଦ୍ୟାବଳୀ ଓ ଓଡ଼ିଶୀ  କଣ୍ଠ ସଙ୍ଗୀତ ଉପରେ ପିଲାମାନେ ଅଧିକ ଜାଣିବେ ଓ ଶିଖିବେ ତା ସହିତ ଏହାର କିଭଳି ଅଧିକ ପ୍ରଚାର ଓ ପ୍ରସାର ହୋଇ ପାରିବ ସେହି ଉଦ୍ଦେଷ୍ୟ  ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି    ବୋଲି ଭକ୍ତି ସଙ୍ଗୀତ  ସଂସଦର  ସମ୍ପାଦକ ପୂର୍ଣ୍ଣଚନ୍ଦ୍ର  ରଥ ପ୍ରାରମ୍ଭିକ ସୂଚନା ଦେଇ କହିଥିଲେ।
      ଅନ୍ୟ ପକ୍ଷରେ ଆସନ୍ତା ୧୮/୮/୨୦୧୯ ତାରିଖ ଦିନ ଓଡିଶା  ସଙ୍ଗୀତ ନାଟକ ଏକାଡେମୀ, ଭୁବନେଶ୍ୱର ଆନୁକୂଲ୍ୟରେ ଭକ୍ତକବି ଗୋପାଳ କୃଷ୍ଣ ସ୍ମୃତି-ଚାରଣ ସଂନ୍ଧ୍ୟା    ଅନୁଷ୍ଠିତ ହେବ। ଏହି ଉପଲକ୍ଷେ  ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଥିବା ବେଳେ  ଏହି ପ୍ରତିଯୋଗୀତାରେ ମୁଖ୍ୟତଃ କେବଳ ଗୋପାଳ କୃଷ୍ଣଙ୍କ ପଦ୍ୟାବଳୀ ସମେତ  ଯେ କୌଣସି କବିଙ୍କ ରଚିତ ଓଡ଼ିଶୀ ସଙ୍ଗୀତ ପରିବେଷଣ ହୋଇପାରିବ । ଏଥିରେ ସହରର ବିଭିନ୍ନ ବିଦ୍ୟାଳୟ ଓ ସାଂସ୍କୃତିକ ଅନୁଷ୍ଠାନର ପିଲାମାନେ ବହୁସଂଖ୍ୟାରେ ଅଂଶଗ୍ରହଣ କରିଥିଲେ ବୋଲି ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ରଥ କହିଥିଲେ ।
  ଏହି ପ୍ରତିଯୋଗିତାରେ କନିଷ୍ଠ ବିଭାଗରେ ସିପ୍ରା ମିଶ୍ର ପ୍ରଥମ, ସ୍ୱାଧିତା ପାଢ଼ୀ ଦ୍ୱିତୀୟ ଏବଂ   ଯୁଗ୍ମ ତୃତୀୟ    ଅଂଶୁମାନ ରଥ ଓ ଶ୍ରେୟାନ ପାଢ଼ୀ ହୋଇଥିବା ବେଳେ  ବରିଷ୍ଠ ବିଭାଗରେ  ସ୍ପନ୍ଦନା ପଣ୍ଡା ପ୍ରଥମ ,  ସ୍ନେହା ପାତ୍ର ଦ୍ୱିତୀୟ  ଏବଂ   ସାଇ ଶୁଭଶ୍ରୀ ପାତ୍ର  ତୃତୀୟ   ସ୍ଥାନ  ଅଧିକାର  କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଚାରକ ଭାବେ ସଙ୍ଗୀତ ଗୁରୁ ରଘୁନାଥ ପାତ୍ର ଏବଂ ବିଜୟ ପ୍ରଧାନ ଯୋଗ ଦେଇ ଥିବାବେଳେ ସମସ୍ତ କାର୍ଯ୍ୟକ୍ରମକୁ  ସଂସଦର ରାଜେନ୍ଦ୍ର ରଥ ପରିଚାଳନା କରିଥିଲେ ।

Leave A Reply

Your email address will not be published.