ଭୁବନେଶ୍ୱର- କର୍ଣାଟକ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଅଗଷ୍ଟ ୯ କ୍ରାନ୍ତିଦିବସ ଦିନ ତାମିଲ୍ନାଡୁର ଶ୍ରୀପେରୁମ୍ବୁଦୁରୁ ଠାରୁ ବାହାରିଥିବା ୨୮ତମ ରାଜୀବ ଜ୍ୟୋତି ସଦ୍ଭାବନା ଯାତ୍ରାକୁ ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ପ୍ରଦେଶ କଂଗ୍ରେସ ତରଫରୁ ସ୍ୱାଗତ କରିବା ସହ ଏହାର ନେତୃତ୍ୱ ନେଇଥିବା ଶ୍ରୀ ଏସ୍ ଏସ୍ ପ୍ରକାଶମ ଓ ସହଯାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି ଉପଲକ୍ଷେ କଂଗ୍ରେସ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଲେଯେ ସ୍ୱର୍ଗତ ରାଜୀବ ଗାନ୍ଧୀ ଶାନ୍ତି ଓ ସଦ୍ଭାବନାର ପ୍ରତୀକ ଥିଲେ । ଏକବିଂଶ ଶତାବ୍ଦୀରେ ଭାରତକୁ ଏକ ବିକାଶଶୀଳ ରାଷ୍ଟ୍ରରେ ପରିଣତ କରିବାପାଇଁ ସେ ସ୍ୱପ୍ନ ଦେଖିଥିଲେ । ତାଙ୍କ ସ୍ମୃତିକୁ ମନେରଖିବା ପାଇଁ ୨୮ବର୍ଷ ଧରି ଏହି ଯାତ୍ରା ଆୟୋଜିତ ହେଉଥିବା ଏକ ପ୍ରଶଂସନୀୟ କାର୍ଯ୍ୟ ବୋଲି ସେ କହିଥିଲେ । ଶ୍ରୀ ପଟ୍ଟନାୟକ ଜ୍ୟୋତି ସହ ଆସିଥିବା ଏସ୍ ଏସ୍ ପ୍ରକାଶମ, ଗୋମଥିସନ ଆୟାର, ଦୋରାଇ ଭେଲୁ, ସୁଶିଳା ପ୍ରମୁଖ ନେତୃବୃନ୍ଦଙ୍କୁ ପୁଷ୍ପମାଲ୍ୟ ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଜ୍ୟୋତି ଗତକାଲି ସନ୍ଧ୍ୟାରେ କଂଗ୍ରେସ ଭବନ କାର୍ଯ୍ୟାଳରେ ପହଂଚିବାପରେ ନେତୃବୃନ୍ଦମାନେ ସ୍ୱାଗତ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଶିବାନନ୍ଦ ରାୟ, ସୁରେଶ କୁମାର ରାଉତରାୟ, ଶୁଭେନ୍ଦୁ ମହାନ୍ତି, ରଶ୍ମି ମହାପାତ୍ର, ରଜନୀ ମହାନ୍ତି, ଜ୍ୟୋତିଷ ସାହୁ, ଦୀପକ ସାହୁ, ଦୀପକ ମହାପାତ୍ର, ଦେଓ ପ୍ରସାଦ, ନାସିକ ଅହମ୍ମଦ ଖାଁ, ସୁବ୍ରତ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ସତ୍ୟସ୍ମିତ ମହାନ୍ତି, କୁଳମଣି ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଯାତ୍ରା କଟକ, ଭଦ୍ରକ ଓ ବାଲେଶ୍ୱର ଦେଇ ପଶ୍ଚିମ ବଙ୍ଗ ଅଭିମୁଖେ ଯାତ୍ରା କରିବ ଓ ୨୦ ତାରିଖ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ଉତ୍ସବଦିନ ନୂଆଦିଲ୍ଲୀ ଠାରେ ସମାପନ ହେବ ।
Sign in
Sign in
Recover your password.
A password will be e-mailed to you.