“ଏଥର ମାନି ଯାଆନ୍ତୁ, ଓଡିଶାରେ ଆୟୁଷ୍ମାନ ଲାଗୁ କରନ୍ତୁ”

0 2

ନବୀନଙ୍କ ପତ୍ର ଲେଖିଲେ ୧୨ ଓଡିଆ ସାଂସଦ

ଭୁବନେଶ୍ୱର(ଶାସକ ପ୍ରଶାସକ): ଆଉ ଡେରି କରନ୍ତୁ ନାହିଁ । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ  ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଓଡିଶାକୁ ସାମିଲ କରନ୍ତୁ  । ଏମିତି  ଏକ ଅନୁରୋଧ କରି ଓଡିଶାରୁ ନିର୍ବାଚିତ ବିଜେପି ସାଂସଦ ମାନେ ଚିଠି ଲେଖିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ  । ଆଉ ସେ ଚିଠିରେ ବିଜେପିର ନିର୍ବାଚି ୮ ଲୋକସଭା ସଦସ୍ୟ, ଜଣେ ରାଜ୍ୟସଭା ସଦସ୍ୟଙ୍କ ବ୍ୟତୀତ ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ ସାଂସଦ ରଘୁନାଥ ମହାପାତ୍ର ଓ ସୋନାଲ ମାନସିଂ ଏବଂ ଖାସ କରି କେନ୍ଦ୍ର ମନ୍ତ୍ରୀମଣ୍ଡରେ ସଦସ୍ୟ ଥିବା ଓଡିଆ କ୍ୟାବିନେଟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସନ୍ତକ କରିଛନ୍ତି  । ଉପରୋକ୍ତ ୧୨ ସାଂସଦଙ୍କ ଦସ୍ତଖତ ସମ୍ବଳିତ ଚିଠିରେ ଉଲ୍ଳେଖ ରହିଛି ଯେ, ଆୟୁଷ୍କାନ ଯୋଜନା କାର୍ଯ୍ୟକାରୀ ହେବା ଦ୍ୱାରା ଓଡିଶା ବିଶେଷ ଭାବେ ଉପକୃତ ହେବ  । ଏହି ଯୋଜନାରେ ଦେଶବ୍ୟାପୀ ପୋର୍ଟେବିଲିଟି ବ୍ୟବସ୍ଥା  ରହିଥିବା ଯୋଗୁ ଓଡିଶାର ବହୁଲୋକ ଏହି ଯୋଜନାର ସୁଫଳ ଉଠାଇପାରିବେ  । ରାଜ୍ୟ ବାହାରକୁ କର୍ମସଂସ୍ଥାନ ସନ୍ଧାନରେ ଯାଉଥିବା ଲକ୍ଷଲକ୍ଷ ରାଜ୍ୟାନ୍ତରୀ ଓଡିଆ ସ୍ୱାସ୍ଥ୍ୟସେବା   ହାସଲ କରିପାରିବେ  । “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୯ମାସ ଭିତରେ ୫ଥର ଓଡିଶା ଗସ୍ତ କରିଥିବା ବେଳେ ଆୟୁଷ୍ମାନ ଭାରତ ଯୋଜନାରେ ଓଡିଶାକୁ ସାମିଲ କରି ଏହାର ସୂଫଳ ରାଜ୍ୟବାସୀଙ୍କୁ ଦେବା ସକାଶେ କୌଣସି ଥର ଆପଣଙ୍କ  ସମର୍ଥନ ଲୋଡିବାକୁ  ଭୁଲି ନାହାନ୍ତି”  ବୋଲି ସାଂସଦ ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି  ।
“ କେବଳ ସେତିକି ନୁହେଁ, ରାଜ୍ୟ ସ୍ୱାସ୍ତ୍ୟ ସେବା କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ଆହ୍ୱାନର ମୁକାବିଲା କରିବା ପାଇଁ ଓଡିଶାରେ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ କରିବା ସକାଶେ  ଭାରତୀୟ ଜନତା ପାର୍ଟି ଓଡିଶା ଶାଖା ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇ ଆସିଅଛି  । ଗତ ଦୁଇ ସପ୍ତାହ ମଧ୍ୟରେ ଆମେ ଜାଣି ଊତ୍ସାହିତ ଯେ ରାଜ୍ୟ ସରକାର ଆୟୁଷ୍ମାନ ଭାରତ ଲାଗୁ  କରିବା ପ୍ରସଙ୍ଗ ଉପରେ ପୁନର୍ବିଚାର କରୁଛନ୍ତି । କେନ୍ଦ୍ର ଓ ରାଜ୍ୟସରକାର ମିଳିତ ଭାବେ ଏହି ଫ୍ଲାଗସିପ ପ୍ରୋଗ୍ରାମ ପାଇଁ ମିଳିତ ଭାବେ ଅର୍ଥ ବହନ କରିବାକୁ ଥିବାରୁ ଓଡିଶା ସରକାରଙ୍କୁ ସ୍ୱାସ୍ଥ୍ୟ ସେବା ପାଇଁ ପାଣ୍ଠିର ଅଭାବ ରହିବ ନାହିଁ ” ବୋଲି ସାଂସଦ ମାନେ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି  । 
“ତେଣୁ ଗଣତନ୍ତ୍ରରେ ସୁସ୍ଥ ସହଯୋଗ ଭିତ୍ତିକ ସଂଘୀୟ ବ୍ୟବସ୍ଥାର ଭାବଧାରାକୁ  ଶୀର୍ଷରେ ରଖି ସାରା ଭାରତରେ ଶତପ୍ରତିଶତ ୟୁନିଭର୍ସାଲ ହେଲଥ କେୟାର କଭରେଜ ହାସଲ କରିବା ପାଇଁ ଓଡିଶାକୁ ଆୟୂଷ୍ମାନ ଭାରତ ସ୍କିମ ଓଡିଶାରେ ଲାଗୁ କରିବା ପାଇଁ ଅନୁରୋଧ କରୁଛୁ  ।” ବୋଲି ସାଂସଦ ମାନେ ଏହି ପତ୍ରରେ ଉଲ୍ଳେଖ କରିଛନ୍ତି  ।


ସୂଚନାଯୋଗ୍ୟ ଯେ ଆୟୁଷ୍ମାନ ଭାରତ ସ୍କିମ ୫୦କୋଟି ହିତାଧିକାରୀଙ୍କୁ ସାମିଲ କରି ଉଚ୍ଚ ତଥା ଉଚ୍ଚତର ଚିକତ୍ସା ପାଇଁ ପରିବାର ପିଛା ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତର ସ୍ୱାସ୍ଥ୍ୟ କଭରେଜ୍ ପ୍ରଦାନ କରିବାର ଲକ୍ଷ୍ୟ ରଖିଛି  । ଏ ଯାବତ ଯେଉଁ ରାଜ୍ୟ ଏହି ଯୋଜନାକୁ କାର୍ଯ୍ୟକାରୀ କରିନାହାନ୍ତି ସେମାନଙ୍କ ମଧ୍ୟରେ ରହିଛନ୍ତି ଦିଲ୍ଲୀ, ତେଲେଙ୍ଗାନା, ପଶ୍ଚିମବଙ୍ଗ ଏବଂ ଓଡିଶା   । ଏପରିକି ଓଡିଶା ସରକାର ନିଜସ୍ୱ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିବା ୭୦ଲକ୍ଷ ପରିବାରଙ୍କୁ ପରିସର ଭୁକ୍ତ କରିଛି  । ବିଜୁ କଲ୍ୟାଣ ଯୋଜନାରେ ପରିବାର ପିଛା ୫ଲକ୍ଷ ଡ ମହିଳାଙ୍କ କ୍ଷେତ୍ରରେ ୧୦ଲକ୍ଷ ପର୍ଯ୍ୟନ୍ତି ଚିକିତ୍ସା କଭରେଜ ବ୍ୟବସ୍ଥା ଘୋଷଣା କରିଛନ୍ତି  । ଆୟୁଷ୍ମାନ ଓଡିଶା ଓଡିଶା ବାସୀଙ୍କ ସ୍ୱାର୍ଥ ବିରୋଧୀ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ତା ଠାରୁ ବହୁଗୁଣରେ ଭଲ ବୋଲି କହିବା ସହ କେନ୍ଦ୍ର ସରକାରଙ୍କ ଏହି ସ୍କିମ କୁ ଟାଳି ଆସିଛି  ।
 ହେଲେ କିଛିଦିନ ତଳେ ଆୟୁଷ୍ମାନ ସ୍ମିମ ଦାୟିତ୍ୱରେ ଥିବା କେନ୍ଦ୍ର ସରକାରଙ୍କ ବରିଷ୍ଠ  ଅଧିକାରୀ ଓଡିଶାର ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ମନ୍ତ୍ରୀ ନବ ଦାସ, ସଚିବ ପ୍ରମୋଦ ମେହେର୍ଦ୍ଧାଙ୍କ ସହ ଆଲୋଚନା କରିବା ପରେ ରାଜ୍ୟ ସରକାର ସାମାନ୍ୟ ନରମ ମନୋଭାବ ପ୍ରଦର୍ଶନ କରିଥିଲେ  । ପ୍ରଥମରୁ ଆୟୁଷ୍ମାନକୁ ନାଇ ନାଇ କରି ଆସୁଥିବା ଓଡିଶା ସରକାର ପୁନର୍ବିଚାର କରିବା ପାଇଁ ପରୋକ୍ଷରେ ରାଜି  ହୋଇଥିଲେ  । ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ଅଧିକାରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଥିବା ବ୍ୟବସ୍ଥାକୁ ପ୍ରଶଂସା ବି କରିଥିଲେ  । ଆଲୋଚନା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଥିଲେ ଯେ, “କେନ୍ଦ୍ର ସରକାରଙ୍କ ଅଧିକାରୀ ଆସି ଆମ ସହିତ ଆଲୋଚନା କରିଛନ୍ତି । ସେମାନେ ଆମକୁ ପୁଣି ଆସି ସବିଶେଷ ସ୍କିମ ବୁଝାଇବେ। ରାଜ୍ୟର ତଥା ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆମେ ତା ପରେ ନିଷ୍ପତ୍ତି ନେବୁ  ।”  

Leave A Reply

Your email address will not be published.