କଳାହାଣ୍ଡି ଜିଲ୍ଲା ଧର୍ମଗଡ ରେ ପରୀ ପାଇଁ କଥାଟିଏ କାର୍ଯ୍ୟକ୍ରମ

0 1

ଧର୍ମଗଡ଼ ରୁ ସୁଶାନ୍ତ ରାଉତ :  ଶିଶୁ ଯୌନ ନିର୍ଯାତନା, ଶିଶୁ ଶ୍ରମିକ ପ୍ରଥା ଓ ଶିଶୁ ଚାଲାଣ  ସମ୍ପର୍କରେ ସଚେତନତା କରାଇବା ପାଇଁ ଆଜି ଧର୍ମଗଡ ପୋଲିସ ଦ୍ୱାରା ପରୀ ପାଇଁ କଥା ଟିଏ କାର୍ଯ୍ୟକ୍ରମ ଆଇ ଆଇ ସି ଦାମୁ ପରଜା ଙ୍କ ଅଧ୍ୟକ୍ଷତାରେ ବିଜୁ କଲ୍ୟାଣି ମଣ୍ଡପ ଧର୍ମଗଡ ଠାରେ ଅନୁଷ୍ଠିତ ହୋଇ ଯାଇଛି  ଧର୍ମଗଡ଼ ଥାନା ରୁ ଏକ ଶୋଭାଯାତ୍ରା ରେ ବାହାରି ସହରପରିକ୍ରମା କରି ଥିଲେ ।ଏହି କାର୍ଯ୍ୟକ୍ରମ ରେ ଶ୍ରୀ ମୁଖ୍ୟ ଅତିଥି ପ୍ରତାପ କିଶୋର ମୁଣ୍ଡ ,ସତ୍ୟନାରାୟଣ ପଟ୍ଟନାୟକ, ବିଦ୍ୟାଧର ସାହୁ,ଏସ୍ଡିପିଓ ଶ୍ରୀ ଲଷ୍ମୀ ନାରାୟଣ ପଣ୍ଡା ,ସବ ଇନିସ୍ପେକ୍ଟର ରାଜେନ୍ଦ୍ର କୁମାର ବେହେରା,ଆଲୋକ ମହାପାତ୍ର ପ୍ରମୁଖ ମଞ୍ଚସିନ ଥିଲେ।ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ,ପଞ୍ଚାୟତ କଲେଜ ର ଛାତ୍ରୀ ମାନେ ବହୁମାତ୍ରା ରେ ଯୋଗଦାନ ଦେଇ ନାରୀ ପ୍ରତି ହଉଥିବା ବିଭିନ୍ନ ଅତ୍ୟାଚାର ବିଷୟ ରେ ବକ୍ତବ୍ୟ ପ୍ରଦାନ କରିଥିଲେ ।

Leave A Reply

Your email address will not be published.