ନାଉଗାଁ ବ୍ଲକର ୮ମ ପଂଚାୟତ ସମିତି ବୈଠକ

0 1

ଜଗତସିଂହପୁର:(ରମେଶ ମହାନ୍ତି)- ନାଉଗାଁ ବ୍ଲକ ସମ୍ମିଳନୀ କକ୍ଷରେ ୮ମ ପଂଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ ସଭାପତିତ୍ୱ କରିଥିଲେ।ଏଥିରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ଓ ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ ଯୋଗଦେଇ ପଂଚାୟତ ସମିତି ସମେତ ପଂଚାୟତର ଉନ୍ନତି କରିବା ପାଇଁ ସମସ୍ତ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ସହଯୋଗ ଲୋଡିଥିଲେ।ଏହି ବୈଠକରେ ଉପସ୍ଥିତ ବିଭିନ୍ନ ପଂଚାୟତର ପ୍ରତିନିଧିମାନେ ନିଜ ନିଜ ପଂଚାୟତ ସମସ୍ୟା ସଂର୍ପକରେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ।ଏହାର ତୁରନ୍ତ ସମାଧାନ ପାଇଁ ବିଧାୟକ ଓ ସାଂସଦ ଅଧିକାରୀମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ।ଏହି ବୈଠକରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଲିଙ୍ଗରାଜ ସ୍ୱାଇଁ, ପଂଚାୟତ ସମିତି ଉପାଧ୍ୟକ୍ଷା ମାମିନା ଦଲାଇ,ବିଡିଓ ରଶ୍ମୀରେଖା ମଲ୍ଲିକ,ଅତିରିକ୍ତ ତହସିଲଦାର ନେତ୍ରାନନ୍ଦ ବେହେରା,ଜିଲ୍ଲା ପରିଷଦ ସଭ୍ୟ ସୁବଳ ବେହେରା,ଜିପିଓ ଦିନେଶ ରାୟଙ୍କ ସମେତ ସମସ୍ତ ପଂଚାୟତର ପଂଚାୟତ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ । ଶେଷରେ ବ୍ଳକ ଉପାଧ୍ୟକ୍ଷା ମାମିନା ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.