ଧାରା ୩୭୦ ଉଚ୍ଛେଦକୁ ସ୍ୱାଗତ, ଲିଙ୍ଗରାଜ ମନ୍ଦିରରେ ଜାଳିଲେ ଦୀପ

0

ଭୁବନେଶ୍ୱର: କଶ୍ମୀରରେ ଧାରା ୩୭୦ ଓ ୩୫(କ) ଉଚ୍ଛେଦକୁ ସ୍ୱାଗତକରି ଆଜି ଲିଙ୍ଗରାଜ ମନ୍ଦିର ନିକଟରେ ଉତ୍ସବ ପାଳନ କରିବା ସହ ଏକାମ୍ର ସଂଘଠନ ମନ୍ଦିରରେ ଦୀପ ଜାଳିଥିିଲେ । ଏହି ନିଷ୍ପତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମୀତ ଶାହଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସେମାନଙ୍କ ନିରାମୟ ଜୀବନ କାମନା କରିବା ସହ ଏହି ଆଇନ ଉଚ୍ଛେଦ ପାଇଁ ସଂଗ୍ରାମ କରି ବଳିଦାନ ଦେଇଥିବା ବ୍ୟକ୍ତିଙ୍କ ଅମର ଆତ୍ମା ପାଇଁ ଦୀପ ଜାଳିଥିଲେ । ସଂଘଠନର ଆବାହକ ମଦନ ମୋହନ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିବ ପ୍ରସାଦ ବେହେରା, ସୁନିଲ ପଣ୍ଡା, ଶେଷ ଶେଖର ଗରାବଡ଼ୁ, ଶକ୍ତି ପ୍ରସାଦ ସାହୁ, ବିଷ୍ଣୁ ପ୍ରସାଦ ନନ୍ଦ, ଅନତିକେତ ବଟୁ, ଅଜିତ ମହାନ୍ତି, ପ୍ରଫୁଲ୍ଲ ସ୍ୱାଇଁ, ଅଜିତ ସାହୁ, ଆଶୁତୋଷ ନନ୍ଦ ଓ  ଶତାଧିକ ଯୁବକ ସାମିଲ ସାମିଲ ହୋଇଥିଲେ ।  

Leave A Reply

Your email address will not be published.