ପଞ୍ଚାୟତ ସମିତି ମହାବିଦ୍ୟାଳୟ ଆନୁକୁଲ୍ଯରେ ବନମହୋତ୍ସବ

0 2

ଗାଇସିଲେଟ/ କେଦାର ନାଥ ସାହୁ: ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକର ସ୍ଥାନୀୟ ପଞ୍ଚାୟତ ସମିତି ମହାବିଦ୍ୟାଳୟ,ଗାଇସିଲେଟ  ଆନୁକୁଲ୍ଯରେ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସାହୁଙ୍କ ନେତୃତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନିର ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ।ମହାବିଦ୍ୟାଳୟ ଅଧ୍ୟାପକ ନାରାୟଣ ମିଶ୍ର,ଜୟକେତନ ତ୍ରୀପାଠୀ,ଅର୍ଜନ ମହାନ୍ତି,ହେମନ୍ତ କୁମାର ପଣ୍ଡାଙ୍କ  ସମେତ ନାରାୟଣ ସାହୁ,ବୈରାଗୀ ସାହୁ ଏବଂ ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସହାୟତାରେ ପ୍ରଥମେ ଛାତ୍ରଛାତ୍ରୀ ମାନେ କଲେଜ ପରିସରରୁ ବିଭିନ୍ନ ଫ୍ଲାସକାର୍ଡ ଓ “ବୃକ୍ଷ ହଁ ଜୀବନ “ର ସ୍ଲୋଗାନ ଦେଇ ଏକ ଶୋଭାଯାତ୍ରାରେ  ନଗର ପରିକ୍ରମା କରିଥିଲେ।ଶୋଭାଯାତ୍ରାଟି କଲେଜ ପରିସରରୁ ବାହାରି ଗାଇସିଲେଟ ବସଷ୍ଟାଣ୍ଡ ଓ ପରେ ସହିଦ ଛକ ଦେଇ କଲେଜକୁ ପ୍ରତ୍ଯାବର୍ତନ କରିଥିଲା। ପରେ ଛାତ୍ରଛାତ୍ରୀ ଓ କଲେଜର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଏବଂ କର୍ମଚାରୀ ମାନଙ୍କ ଦ୍ଵାରା ନବନିର୍ମିତ ନୂତନ କଲେଜ କେମ୍ପସ ନିକଟରେ ପ୍ରାୟ ତିନିଶହ ଚାରା ରୋପଣ କରାଯାଇଥିଲା।

Leave A Reply

Your email address will not be published.