ଭୁବନେଶ୍ୱର- ଦୀର୍ଘଦିନ ଧରି ଭୁବନେଶ୍ୱର ସହରର ବର୍ଜ୍ଜବସ୍ତୁକୁ ଦାରୁଠେଙ୍ଗ ମୌଜା ଭୁଆସୁଣୀ ଠାରେ ୬୪ ଏକର ଜମିରେ ପାଚେରୀ ନିର୍ମାଣ କରି ବର୍ଜ୍ଜବସ୍ତୁ ପରିଚାଳନା ପ୍ଲାଂଟ ସ୍ଥାପନ ପାଇଁ ସରକାରଙ୍କ ଯୋଜନାର ପ୍ରତିବାଦ କରି ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଅବଗତ କରାଇ କହିଲେଯେ, ସ୍ଥାନୀୟ ଏକ ଲକ୍ଷ ଲୋକ ବସତି ମଧ୍ୟରେ ବର୍ଜ୍ଜବସ୍ତୁ ଜମାହେବା ଫଳରେ ତାର କୁପ୍ରଭାବରେ ୨୫ ହଜାର ଲୋକ ରୋଗାକ୍ରାନ୍ତ ହେବା ସହ ୬୦ଜଣ ଲୋକ ମୃତ୍ୟୁବରଣ କଲେଣି । ପାଶ୍ୱର୍ସ୍ଥ ନନ୍ଦନ କାନନରେ ବହୁ ପଶୁ, ପକ୍ଷୀ, ଶରୀସୃପ ଜୀବ ପ୍ରଭୃତି ରୋଗାକ୍ରାନ୍ତ ହେଲେଣି । ନୀଳଗାଈ, ଗଣ୍ଡା, ଓଟ ପକ୍ଷୀ ପ୍ରଭୃତିଙ୍କ ନିୟମିତ ମୃତ୍ୟୁ ହେଲାଣି । ଅଭ୍ୟାୟରଣ୍ୟ ମଧ୍ୟରେ ମଧ୍ୟ ବହୁ ଔଷଧୀୟ ବୃକ୍ଷ ସହ ମୂଲ୍ୟବାନ ବୃକ୍ଷ ସମୁଦାୟ ନଷ୍ଟ ହେଲାଣି । ଉକ୍ତ ପ୍ଲାଂଟକୁ ତୁଳସୀଦେଇ ପୁରକୁ ସ୍ଥାନାନ୍ତର କରିବାକୁ ଅନୁରୋଧ କରିବାରେ, ମୁଖ୍ୟମନ୍ତ୍ରୀ ଦୃଢ଼ ପ୍ରତିଶୃତି ଦେଇଛନ୍ତି ।
ଦ୍ୱିତୀୟତଃ, ଜଟଣୀ ଅଂଚଳରେ ୨୭ଟି ମୌଜାର ସମସ୍ତ ସ୍ଥିତିବାନ ସମ୍ପତ୍ତି ଶ୍ରୀ ଜଗନ୍ନାଥଙ୍କ ନାମରେ ରେକଡ଼ ହୋଇଥିବାରୁ ଉକ୍ତ ମୌଜରୁ ଅଧିବାସୀମାନେ ସରକାରଙ୍କ ବିକାଶ ଯୋଜନା କାର୍ଯ୍ୟକାରୀ ହୋଇପାରୁ ନାହିଁ । ଚାଷୀ ଲୋନ ପାଇ ପାରୁନାହିଁ, ଆବଶ୍ୟକ ସ୍ଥଳେ ବିକ୍ରୟ କରିପାରୁ ନାହିଁ । କୌଣସୀ ଶିକ୍ଷାନୁଷ୍ଠାନ , ଶିଳ୍ପ ପ୍ରତିଷ୍ଠା ଇତ୍ୟାଦି ହୋଇପାରୁନାହିଁ । ଉକ୍ତ ସମସ୍ୟାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ତୁରନ୍ତ ସମାଧାନ କରନ୍ତୁ ବୋଲି ଶ୍ରୀ ରାଉତରାୟ ଅନୁରୋଧ କରିଥିଲେ । ଉଭୟ ଦାବୀକୁ ଶୀଘ୍ର ସମାଧାନ କରିବାପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.